ଦକ୍ଷିଣଆଫ୍ରିକାରେ ଟେଷ୍ଟରେ ସର୍ବାଧିକ ସ୍କୋର କରିଥିବା ୫ ବ୍ୟାଟ୍ସମ୍ୟାନ

1 min read

ନୂଆଦିଲ୍ଲୀ: ଟି-୨୦ ଏବଂ ଦିନିକିଆ ସିରିଜ ପରେ ଏବେ ଟେଷ୍ଟ ମ୍ୟାଚ ଜିତିବା ଲକ୍ଷ୍ୟରେ ଟିମ ଇଣ୍ଡିଆ । ଦକ୍ଷିଣ ଆଫ୍ରିକା ବିପକ୍ଷ ଟେଷ୍ଟ ସିରିଜ ଆସନ୍ତା ୨୬ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଭାରତ ଦୁଇଟି ଟେଷ୍ଟ ମ୍ୟାଚ ଖେଳିବାକୁ ଯାଉଥିବାବେଳେ ବିରାଟ, ରୋହିତ, ବୁମରା ଏବଂ ସାମି ଦଳକୁ ଫେରୁଛନ୍ତି । ତେବେ ଏହି ସିରିଜକୁ ଭାରତ ହାତେଇବା ଲକ୍ଷ୍ୟରେ ରହିଥିବାବେଳେ ଆସନ୍ତୁ ଜାଣିବା ଦକ୍ଷିଣ ଆଫ୍ରିକା ବିପକ୍ଷରେ ସର୍ବାଧିକ ସ୍କୋର କରିଥିବା ୫ ଭାରତୀୟ ବ୍ୟାଟ୍ସମ୍ୟାନ ।

ସଚିନ ତେନ୍ଦୁଲକର: ଦକ୍ଷିଣ ଆଫ୍ରିକା ବିପକ୍ଷରେ ସର୍ବାଧିକ ସ୍କୋର କରିଥିବା ବ୍ୟାଟ୍ସମ୍ୟାନମାନଙ୍କ ମଧ୍ୟରେ ଶୀର୍ଷରେ ରହିଛନ୍ତି ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର । ଦକ୍ଷିଣ ଆଫ୍ରିକାରେ ସଚିନ ୧୫ ଟେଷ୍ଟ ମ୍ୟାଚ ଖେଳିଥିବାବେଳେ ୪୬.୪୪ ହାରରେ ୧୧୬୧ ରନ ସଂଗ୍ରହ କରିଥିବାବେଳେ ୫ଟି ଶତକ ମଧ୍ୟ ରହିଛି ।

ବିରାଟ କୋହଲି: କେହାଲି ୭ଟି ଟେଷ୍ଟ ଖେଳିଥିବାବେଳେ ୫୧. ୩୫ ହାରରେ ୭୧୯ ସଂଗ୍ରହ କରିଥିଲେ । ଏଥିରେ ୨ଟି ଶତକ ରହିଛି ।

ରାହୁଲ ଦ୍ରାଭିଡ୍: ଏବେ ଭାରତର ମୁଖ୍ୟ ପ୍ରଶିକ୍ଷକ ତଥା ଟେଷ୍ଟରେ ଏକ ନିଆରା ରେକର୍ଡ ଅର୍ଜନ କରିଥିବା ରାହୁଲ ଦ୍ରାବିଡ ଏହି ତାଲିକାର ତୃତୀୟ ସ୍ଥାନରେ ରହିଛନ୍ତି । ସେ ୧୧ଟି ମ୍ୟାଚରେ ୬୨୪ ରନ ସଂଗ୍ରହ କରିଥିବାବେଳେ ଗୋଟିଏ ଶତକ ମଧ୍ୟ ରହିଛି ।

ଭିଭିଏସ ଲକ୍ଷ୍ମଣ: ଲକ୍ଷ୍ମଣ ଚତୁର୍ଥ ସ୍ଥାନରେ ରହିଥିବାବେଳେ ୧୦ଟି ଟେଷ୍ଟ ମ୍ୟାଚରେ ୫୬୬ ରନ ସଂଗ୍ରହ କରିଛନ୍ତି ।

ଚେତେଶ୍ବର ପୂଜାରା: ଦକ୍ଷିଣ ଆଫ୍ରିକାରେ ସର୍ବାଧିକ ସ୍କୋର କରିଥିବା ଭାରତୀୟ ବ୍ୟାଟ୍ସମ୍ୟନମାନଙ୍କ ମଧ୍ୟରେ ପଞ୍ଚମ ସ୍ଥାନରେ ରହିଛନ୍ତି ଚେତେଶ୍ବର ପୂଜାରା । ସେ ୧୦ଟି ମ୍ୟାଚ ଖେଳିଥିବାବେଳେ ୫୩୪ ରନ କରିଛନ୍ତି । ଏଥିରେ ଗୋଟିଏ ଶତକ ମଧ୍ୟ ରହିଛି ।