ଭାରତ ବିପକ୍ଷ ମ୍ୟାଚ୍‌ରେ ହାତରେ କଳାପଟି ବାନ୍ଧିଲେ ଇଂଲଣ୍ଡ ଖେଳାଳି: ଜାଣନ୍ତୁ କାହିଁକି?

ନୂଆଦିଲ୍ଲୀ: ଭାରତ ବିପକ୍ଷ ମ୍ୟାଚ୍‌ରେ ହାତରେ କଳାପଟି ବାନ୍ଧି ପଡ଼ିଆକୁ ଓହ୍ଲାଇଲେ ଇଂଲଣ୍ଡ ଖେଳାଳି । ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ବ୍ରିଟିସ୍ ସେନାର ପୂର୍ବ କ୍ୟାପଟେନ୍ ଏବଂ କରୋନା ମହାମାରୀ ବିରୋଧୀ ଲଢ଼େଇରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିବା ସର୍ ଟମ୍ ମୁରେଙ୍କୁ ସମ୍ମାନରେ କଳା ପଟି ବାନ୍ଧିଲେ । ମୁରେଙ୍କୁ ଏହି ସପ୍ତାହରେ ୧୦୦ ବର୍ଷ ବୟସରେ ତାଙ୍କ ଦେହାନ୍ତ ହୋଇଯାଇଛି । ସେ କରୋନା ସଂକ୍ରମିତ ହେବା ପରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ୧୦୦ ବର୍ଷ ବୟସରେ ମଧ୍ୟ ମୁରେ ୨୦୨୦ରେ କରୋନା ଭୂତାଣୁ ବିରୋଧରେ ଗୁରୁତ୍ୱପୂର୍ଣ୍ଣ ଗ୍ରହଣ କରିଛନ୍ତି ।

ଦ୍ୱିତୀୟ ବିଶ୍ୱ ଯୁଦ୍ଧରର ହିରୋ ହେଉଛି ମୁରେ

ସର୍ ଟମ୍ ମୁରେଙ୍କ ଜନ୍ମ ୧୯୨୦ରେ ଜାକାର୍ତ୍ତାର ଏକ ଗାଁ କିଧଲିରେ ହୋଇଥିଲା । କେବଳ ୨୦ ବର୍ଷ ବୟସରେ ସେ ବ୍ରିଟିସ୍ ଆର୍ମିରେ ଯୋଗଦେଇଥିଲେ । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଡ୍ୟୁକ୍ ଅଫ୍ ଓ୍ୱେଲିଂଟନ୍ ରେଜିମେଣ୍ଟର ଅଷ୍ଟମ୍ ବାଟାଲିୟନ୍ ରେ ସାମିଲ ହୋଇଥିଲେ । ମୁରେ ଭାରତ ଏବଂ ବୁର୍ମାରେ ସୈନ୍ୟ ସେବା ଦେଇଥିଲେ । ସେନାରେ ସାମିଲ ହେବା ପରେ ଦ୍ୱିତୀୟ ବର୍ଷରେ ମୁରେଙ୍କୁ ସେକେଣ୍ଡ ଲେଫ୍ଟନାଣ୍ଟ ଭାବେ ପଦୋନ୍ନତି ମିଳିଥିଲା । ଏବଂ ସେ ରୟାଲ ଆର୍ମଡ ଫୋର୍ସର ସଦସ୍ୟ ହୋଇଗଲେ । ଏବଂ ତାଙ୍କୁ ଭାରତରେ ନିୟୋଜିତ କରାଗଲା । ଭାରତରେ ସେ ନିଜ ସାଥୀ ସୈନିକଙ୍କ ସହ ଟ୍ୟାଙ୍କ ଯୁଦ୍ଧ ଏବଂ ମୋଟରସାଇକେଲ୍ ଚଳାଇବା ନେଇ ପ୍ରଶିକ୍ଷଣ ଦେଇଥିଲେ ।

କରୋନା ଭାଇରସ୍ ବିରୋଧୀ ସଂଗ୍ରାମରେ ୨୮୬ କୋଟି ଯୋଗାଡ଼ କରିଥିଲେ

ନିଜ ୧୦୦ ତମ ଜନ୍ମଦିନ ପୂର୍ବରୁ ମୁରେ ନିଜ ଆଶରା ବାଡ଼ି ସହାୟତାରେ ନିଜ ବଗିଚାରେ ଶହେ ଚକ୍କର ମାରିବାକୁ ଯୋଜନା କରିଥିଲେ । ମୁରେଙ୍କ ଆଶା ଥିଲା ଯେ, ତାଙ୍କୁ ହଜାରେ ପାଉଣ୍ଡ ଯାଏଁ ଚାନ୍ଦା ମିଳିବ । କିନ୍ତୁ ୧୬ ଅପ୍ରେଲ ୨୦୨୦ରେ ୧୦୦ ଘେରା ପୂରା କରିବା ପରେ ୧୨ ମିଲିୟନ୍ ୟୁରୋ ପାଖାପାଖି ୧୦୪ କୋଟି ଟଙ୍କା ଚାନ୍ଦା ଆକାରରେ ମିଳିସାରିଥିଲା । ମଇ ପହିଲାରେ ସେ ଯେତେବେଳେ ପାଣ୍ଠି ସଂଗ୍ରହ ଆରମ୍ଭ କରିଥିଲେ ଏବଂ ଅଭିଯାନ ଶେଷ ବେଳକୁ ତାଙ୍କୁ ୨୮୬ କୋଟି ଟଙ୍କା ମିଳିସାରିଥିଲା । ସେ ତାଙ୍କ ଏହି ଅର୍ଥ ନ୍ୟାସନାଲ ହେଲ୍ଥ ସର୍ଭିସକୁ ଦେଇଥିଲେ ।

ଏଥିସହିତ ପଢ଼ନ୍ତୁ: କରଜ କରି କାର କିଣୁଛି ବିହାର, ୯୮ ପ୍ରତିଶତ ଲୋକେ ଲୋନ କରି କିଣିଛନ୍ତି କାର

 

Leave a Reply