ପୂଜା ପୂର୍ବରୁ ଚୋରା ବାଣ ବ୍ୟବସାୟୀଙ୍କ ଉପରେ ଚଢ଼ାଉ, ୫ ଲକ୍ଷ ଟଙ୍କାର ବାଣ ଜବତ

ନନ୍ଦିଘୋଷ ବ୍ୟୁରୋ: ପୂଜା ପୂର୍ବରୁ ଚୋରା ବାଣ ବ୍ୟବସାୟୀଙ୍କ ଉପରେ ପୋଲିସ ଚଢ଼ାଉ। ୫ ଲକ୍ଷ ଟଙ୍କାର ବାଣ ଜବତ କରିବା ସହିତ ୩ ଜଣଙ୍କୁ ଅଟକ ରଖିଚି ପୋଲିସ । ଭଦ୍ରକ ଜିଲ୍ଲା ଧାମନଗର ପୋଲିସ ବେଆଇନ ବେଆଇନ ବାଣ ପ୍ରସ୍ତୁତି କାରଖାନାରେ ଚଢ଼ାଉ କରିଛି । ଧାମନଗର ଥାନା ଅଧୀନ ଉତେଇପୁରରେ ବେଆଇନ ବାଣ ତିଆରି ହେଉଥିବା ବେଳେ ଧାମନଗର ପୋଲିସ ଚଢ଼ାଉ କରିଛି । ଏହି ଚଢ଼ାଉ ସମୟରେ ପାଞ୍ଚ ଲକ୍ଷରୁ ଅଧିକ ମୂଲ୍ୟର ବେଆଇନ ବାଣ ଜବତ କରିଛି ପୋଲିସ ।