ବେଧଡ଼କ ଭାବେ ଚାଲିଥିଲା ବାଣ ତିଆରି, ୫୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ବେଆଇନ ବାଣ ଜବତ

1 min read

ବେଆଇନ ବାଣ କାରଖାନା ଉପରେ ବଡ ଧରଣର ଚଢ଼ାଉ । କଟକର ଜଗତପୁର ଥାନ ମହାଜନପୁର ଅଞ୍ଚଳରେ ଚଢ଼ାଉ । ଆଗକୁ ଦୀପାବଳି ଥିବାରୁ ବାଣ ତିଆରି ଚାଲିଥିଲା  । ପ୍ରାୟ ୫୦ ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କାର ବାଣ ଜବତ ହେବା ସହ ବିସ୍ଫୋରକ, ଲୁହାଗଣ୍ଡ, ବାରୁଦ ଆଦି ଜବତ କରିଛି ପୋଲିସ । ସେପଟେ ବାଣ ତିଆରି କରୁଥିବା ୧୨ ଜଣ ବେପାରୀଙ୍କୁ ପୋଲିସ ଅଟକ ରଖିଛି । ଗତବର୍ଷ ମଧ୍ୟ ଜଗତପୁର ଅଞ୍ଚଳରୁ ବିପୁଳ ପରିମାଣରେ ବାଣ ଜବତ ହୋଇଥିଲା । ଯାହାକୁ ନେଇ ପୋଲିସ ସେହି ଅଞ୍ଚଳରେ ଖାସ ନଜର ରଖିଥିଲା  । ବେଆଇନା ବାଣ କାରଖାନା ଚାଲିଥିବା ସୂଚନା ପାଇ ବିଳମ୍ବିତ ରାତିରେ ୪ ପ୍ଲାଟୁନ ଫୋର୍ସ ସହ ୧୦ ଅଫିସର ରାତି ଅଧିଆ ବାଣ ଦୋକାନ ଉପରେ ରେଡ୍‌ କରିଥିଲେ  । ')}

Leave a Reply