spot_img

Latest Posts

ପୁରୀ ଭଉଁରୀ ଯାତ୍ରା ବାଣ ନିଆଁ ଅଘଟଣ, ବଢୁଛି ମୃତ୍ୟୁ ସଂଖ୍ୟା

ପୁରୀ: ପୁରୀ ଭଉଁରୀ ଯାତ୍ରାରେ ଅଘଟଣ। ନରେନ୍ଦ୍ର ପୁଷ୍କରିଣୀରେ ମହାପ୍ରଭୁଙ୍କ ଚାପ ଖେଳବେଳେ ବାଣଫୁଟି ଦୁଇ ଜଣଙ୍କର ମୃତ୍ଯୁ ହୋଇଛି। ୩୦ରୁ ଅଧିକ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଗୁରୁତରଙ୍କୁ କଟକ ଓ ଭୁବନେଶ୍ଵରର ବିଭିନ୍ନ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଗୁରୁତରଙ୍କ ମଧ୍ୟରୁ ଅଧିକାଂଶଙ୍କ ଶରୀର ୭୦ରୁ ୮୦ ଭାଗ ପୋଡିଯାଇଛି । ଗୁରୁତରଙ୍କ ଭିତରେ ଛୋଟ ଶିଶୁ ବି ରହିଛନ୍ତି। ନରେନ୍ଦ୍ର ପୁଷ୍କରିଣୀରେ ଅଗ୍ନିଶମବାହିନୀ ପକ୍ଷରୁ ଖାନତଲାସି ଚାଲିଛି। ସ୍ପାଏ କ୍ଯାମେରା ସାହାଯ୍ୟରେ ଚାଲିଛି ତନାଘନା। ପୋଖରୀରେ କେହି ବୁଡିଯାଇଥିବା ସନ୍ଦେହ କରି ଖୋଜାଖୋଜି ଚାଲିଛି। ତବେ ଆଗକୁ ମୃତକଙ୍କ ସଂଖ୍ୟା ବଢିବା ନେଇ ଆଶଙ୍କା କରାଯାଉଛି ।

ସୂଚନା ଅନୁଯାୟୀ, ଗତକାଲି ଭଉଁରୀ ଯାତ୍ରା ସମୟରେ ରାତିରେ ମହାପ୍ରଭୁ ନରେନ୍ଦ୍ରରେ ୨୧ ଘେରା ଚାପ ଖେଳିବା ସମୟରେ ଘଟିଥିଲା ଏ ଅଘଟଣ। ନରେନ୍ଦ୍ର ପୁଷ୍କରିଣୀର ଚତୁଃପାଶ୍ୱର୍ରେ ହଜାର ହଜାର ସଂଖ୍ଯାରେ ଶ୍ରଦ୍ଧାଳୁ ବସି ଠାକୁରଙ୍କ ଚାପ ଖେଳ ଦେଖୁଥିବା ସମୟରେ ଦେବୀଘାଟ ନିକଟରେ ବାଣ ଫୁଟିଥିଲା। ଚାପ ଦେଖୁଥିବା ଭକ୍ତମାନେ ପୋଡ଼ି ଯାଇଥିଲେ। ଜୀବନ ବଞ୍ଚାଇବାକୁ କେତେଜଣ ନରେନ୍ଦ୍ର ପୁଷ୍କରିଣୀକୁ ମଧ୍ୟ ଡେଇଁପଡିଥିଲେ। ସଙ୍ଗେ ସଙ୍ଗେ ଆହତଙ୍କୁ ଆମ୍ବୁଲାନ୍ସରେ ଜିଲ୍ଲା ସଦର ମୁଖ୍ୟ ଚିକିତ୍ସାଳୟକୁ ଅଣାଯାଇଥିଲା। ଏହାପରେ ଗୁରୁତରଙ୍କୁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଥିଲା।

Latest Posts

Don't Miss