ଭୁବନେଶ୍ୱରରେ ବାଣ ବିସ୍ଫୋରଣ, ଜଣେ ମୃତ

ଭୁବନେଶ୍ୱର: ଘରେ ଚାଲିଥିଲା ବାଣ ଭିଡା । ଦୁର୍ଘଟଣା ବଶତଃ ହାତରେ ଫୁଟିଗଲା । ଭୁବନେଶ୍ଵର ସହିଦନଗର ଥାନା ଭିଏସଏସ୍ ନଗର ଜିଏଲ କଲୋନୀ ଠାରେ ଏଭଳି ଅଭାବନୀୟ ଘଟଣା ଘଟିଛି । ଏଠାରେ ରହୁଥିବା ଶିବାନନ୍ଦ ତାଡ ଘରେ ବାଣ ପ୍ରସ୍ତୁତ କରୁଥିବା ବେଳେ ହାତରେ ଫୁଟି ଯାଇଥିଲା । ବାଣ ବିସ୍ଫୋରଣରେ ଘରର ଅଜେବେଷ୍ଟସ ଉଡ଼ିଯାଇଛି । ଶିବାନନ୍ଦଙ୍କୁ ଗୁରୁତର ଭାବେ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା  । ପରବର୍ତ୍ତୀ ସମୟରେ ଡାକ୍ତର ମୃତ ଘୋଷଣା କରିଛନ୍ତି  ।

ସେପଟେ ଅଘଟଣ ଘଟିଥିବା ସ୍ଥାନକୁ ଭୁବନେଶ୍ୱର ମେୟର ଏବଂ ବିଧାୟକ ଯାଇ ସ୍ଥିତି ପରଖି ଦେଖିଛନ୍ତି  ।  କେମିତି ହେଲା ବିସ୍ଫୋରଣ ? ବାଣ ଭିଡୁଥିବା ଯୁବକଙ୍କ କୌଣସି ଅପାରାଧିକ କାର୍ଯ୍ୟକଳାପରେ ସମ୍ପୃକ୍ତି ଅଛି କି ? ଏ ସମସ୍ତ ଦିଗକୁ ନେଇ ଘଟଣାସ୍ଥଳରେ ଛାନବିନ୍ କରୁଛି କମିଶନରେଟ ପୋଲିସ । ସେପଟେ ଘଟଣା ସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି ଭୁବନେଶ୍ବର ମେୟର ।