ରାଜ୍ୟପାଳଙ୍କ ପୁଅଙ୍କୁ  ଗିରଫ ଦାବିରେ ସିପିଆଇଏମର ପ୍ରତିବାଦ

1 min read

ନନ୍ଦିଘୋଷ ବ୍ୟୁରୋ: Aso ବୈକୁଣ୍ଠ ନାଥ ପ୍ରଧାନଙ୍କୁ ରାଜ୍ୟପାଳ ରଘୁବର ଦାଶଙ୍କ ପୁଅ ଲଳିତ କୁମାରଙ୍କ ମାଡ ମାରିବା ଘଟଣା ।  ବିଜେଡି, କଂଗ୍ରେସ ,ସିପିଆଇ ପରେ ରାଜରାସ୍ତାକୁ ଓହ୍ଲାଇଲା ସିପିଆଇଏମ । ଓଡ଼ିଆ ଅଫିସରଙ୍କୁ ଆକ୍ରମଣ ପ୍ରତିବାଦରେ ରାଜ୍ୟପାଳଙ୍କ ଗୁଣ୍ଡା ପୁଅଙ୍କୁ  ଗିରଫ ଦାବିରେ ଦଳ ତରଫରୁ ପ୍ରତିବାଦ କରାଯାଇଛି । ଘଟଣାକୁ ତିନି ସପ୍ତାହ ବିତିଥିଲେ ମଧ୍ଯ କାର୍ଯ୍ୟାନୁଷ୍ଠାନ ନହେବା ନେଇ ପ୍ରଶ୍ନ ଉଠାଇଛନ୍ତି ନେତା । ସିପିଆଇଏମର ଅଭିଯୋଗ ଅନୁସାରେ, ବିଜେପି ଓଡ଼ିଆ ଅସ୍ମିତା ନାଁରେ କ୍ଷମତାକୁ ଆସିଛି ହେଲେ ଏଠି ଓଡ଼ିଆ ଅସ୍ମିତାକୁ ବଳି ପକାଇଛି ଦେଇଛି ।

ବିଜେପିର ଓଡ଼ିଆ ଅସ୍ମିତା ଏବେ କୁଆଡେ ଗଲା ବୋଲି ଦଳ ପ୍ରଶ୍ନ କରିଛି । ରାଜ୍ୟରେ ଆଇନ ଶୃଙ୍ଖଳା ବ୍ଯବସ୍ଥା ଭୁଶୁଡି ପଡିଛି । ବଡ଼ବଡ଼ିଆଙ୍କ ପାଇଁ ଗୋଟେ ଆଉ ସାଧାରଣ ଲୋକଙ୍କ ପାଇଁ ଆଉ ଗୋଟେ ଆଇନ । ଆଇନମନ୍ତ୍ରୀଙ୍କୁ ସମାଲୋଚନା କରିବା ସହ ରାଜ୍ୟସାରା ଯେଉଁଠି ଅପରାଧ ହେବ ସେଇଠି କଣ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଏଡିଏମ, ବିଡ଼ିଓ, ତହସିଲଦାର ତଦନ୍ତ କରିବେ କି ବୋଲି ପ୍ରଶ୍ନ କରିଛି ସିପିଆଇଏମ । ବିଧାନସଭା ସଭାରେ ରାଜ୍ୟପାଳଙ୍କ ଭାଷଣ ବର୍ଜନ କରି  ବିରୋଧୀ କକ୍ଷ ତ୍ୟାଗ କରିଛନ୍ତି ।

ଅନ୍ଯପଟେ ବିରୋଧୀ ଦଳ ନେତାଙ୍କ ଗିରଫ ଦାବି କରିବାକୁ ନେଇ ସଂସଦୀୟ ମନ୍ତ୍ରୀଙ୍କ ମନ୍ତବ୍ଯକୁ ନିନ୍ଦା କରିଛନ୍ତି ସିପିଆଇଏମ । ତୁରନ୍ତ ରାଜ୍ଯପାଳଙ୍କ ପୁଅକୁ ଗିରଫ ନକଲେ ଆଗାମୀ ଦିନରେ ସାରା ରାଜ୍ଯରେ ଜୋରଦାର ଆନ୍ଦୋଳନ କରାଯିବ ବୋଲି ସିପିଆଇଏମ ଚେତାବନୀ ଦେଇଛି ।