ପୋଲାଭରମ ପ୍ରକଳ୍ପ ପରେ ଆନ୍ଧ୍ରର ଆଉ ଏକ ଷଡ଼ଯନ୍ତ୍ର : ବିଜେପି ସରକାରଙ୍କ ଉପରେ ବର୍ଷିଲା ସିପିଆଇ

ନନ୍ଦିଘୋଷ ବ୍ୟୁରୋ: ପୋଲାଭରମ ପ୍ରକଳ୍ପକୁ ନେଇ ଗୋଟିଏ ପରେ ଗୋଟିଏ ପାଦ ମାଡ଼ି ଚାଲିଛି ଆନ୍ଧ୍ରପ୍ରଦେଶ । ଓଡ଼ିଶାର କ୍ଷତିକୁ ଖାତିର ନ କରି ଏବେ ଆଉ ଏକ ନୂଆ ପୋଲାଭରମ ବନକଚାରଲା ଲିଙ୍କ ପ୍ରକଳ୍ପ ପାଇଁ ଆନ୍ଧ୍ର ସରକାର ଏକ ନୂଆ କର୍ପୋରେସନ ଗଠନ କରିଛନ୍ତି । ଜଳହାରଥୀ କର୍ପୋରେସନ ନାଁରେ ଗଠିତ ହୋଇଛି ଏହି କର୍ପୋରେସନ। ଯାହାକୁ ନେଇ ବିଜେପି ସରକାରଙ୍କ ଉପରେ ବର୍ଷିଛି ସିପିଆଇ। ପୂର୍ବରୁ ୧୬ ହଜାର କୋଟି ନେଇଛନ୍ତି। ସରକାର ଭାଙ୍ଗିବା ଭୟରେ କେନ୍ଦ୍ର ବିଜେପି ସରକାର ମଧ୍ୟ ସହାୟତା ଦେଇ ଚାଲିଛି। ଆନ୍ଧ୍ର ଯାହା କହୁଛି କେନ୍ଦ୍ରର ବିଜେପି ମାନିଚାଲିଛି। ମାଲକାନଗିରି ବ୍ୟାପକ କ୍ଷତି ସହିବ।  ପୂର୍ବରୁ ଓଡ଼ିଶା ସରକାରକୁ ବିଜେପି ଦୋଷ ଦେଉଥିଲା । କିନ୍ତୁ ଏବେ କଣ ଅସୁବିଧା ହେଉଛି ବୋଲି ପ୍ରଶ୍ନ କରିଛନ୍ତି ବରିଷ୍ଠ ସିପିଆଇ ନେତା ତଥା ପୂର୍ବତନ ବିଧାୟକ ନାରାୟଣ ରେଡ୍ଡୀ। ତେଣୁ ବିଜେପି ସରକାରଙ୍କ ଏହି ନୀତି ବିରୋଧରେ ଏକ ବିଶାଳ ଜନ ଆନ୍ଦୋଳନର ପ୍ରସ୍ତୁତି ଚାଲିଛି ବୋଲି ସେ କହିଛନ୍ତି । ଲୋକସଭାରେ ମଧ୍ୟ ଓଡ଼ିଶାର ସ୍ୱର କ୍ଷୀଣ ହୋଇଗଲା ବୋଲି  ଅଭିଯୋଗ ହେଲା । ତେଣୁ ବିଜେପି ଏବେ ଏକଛତ୍ରବାଦ ଶାସନ ଚଳାଇଛି । ଆନ୍ଧ୍ର ସରକାର ପୋଲାଭରମ ଲିଙ୍କ ପ୍ରକଳ୍ପ ପାଇଁ କରିଥିବା ଜଳହାରଥୀ କର୍ପୋରେସନ କମ୍ପାନିଜ ଆକ୍ଟ ଅନୁଯାୟୀ କରାଯାଇଥିବା ବେଳେ ଏହି କର୍ପୋରେସନରେ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଅଧ୍ୟକ୍ଷ ଓ ଆନ୍ଧ୍ର ଜଳସମ୍ପଦ ମନ୍ତ୍ରୀ ଉପାଧ୍ୟକ୍ଷ ରହିଛନ୍ତି।