ଆଳୁ, ପିଆଜ ହାର ପିନ୍ଧି ସିପିଆଇର ରାସ୍ତାରୋକ

ଭୁବନେଶ୍ବର: ଦର ଦାମ ବୃଦ୍ଧି ନେଇ ଭୁବନେଶ୍ବର ରାଜରାସ୍ତାରେ ବିକ୍ଷୋଭ । ଆଳୁ ପିଆଜ ହାର ପିନ୍ଧି ପ୍ରତିବାଦ । ଏମିତି ଅଭିନବ ଢଙ୍ଗରେ ଭାରତୀୟ କମ୍ୟୁନିଷ୍ଟ ପାର୍ଟି ତରଫରୁ ରାଜ୍ୟ ସରକାର ଅପାରଗତା ଓ ଦରଦାମ ବୃଦ୍ଧି ପ୍ରତିବାଦରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି ।

ରାଜ୍ୟରେ ଯେଉଁ ଭଳି ଭାବରେ ଦରଦାମ ବଢ଼ି ଚାଲିଛି, ସେଥିରେ ସାଧାରଣ ଲୋକେ ହନ୍ତସନ୍ତ ହେଉଛନ୍ତି । ଆଳୁ ,ପିଆଜ, ଅଦା, ରସୁଣରୁ ଆରମ୍ଭ କରି ପନିପରିବା ସବୁର ଦର ଆକାଶଛୁଆଁ । ଦରଦାମ ନିୟନ୍ତ୍ରଣ କରିବା ଦିଗରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ଫେଲ ମାରିଥିବା ସିପିଆଇ ପକ୍ଷରୁ ଅଭିଯୋଗ କରାଯାଇଛି ।

ଦଳ ପକ୍ଷରୁ ଯୋଗାଣ ମନ୍ତ୍ରୀଙ୍କ ଇସ୍ତଫା ଦାବି କରାଯିବା ସହ, ଯେଉଁ ଭଳି ଢଙ୍ଗରେ ସେ ପ୍ରତିକ୍ରିୟା ରଖୁଛନ୍ତି ତାହାକୁ ନିନ୍ଦା କରିଛି ଦଳ । ନୂଆ ସରକାର ହେବା ପରଠାରୁ ସବୁ କ୍ଷେତ୍ରରେ ଦର ବଢିଛି । ଏଭଳି ସ୍ଥିତି ପହଞ୍ଚିଛି ଯେ, ଆଳୁ ଓ ପିଆଜ କିଣି ଖାଇବା ଜଣେ ଗରିବ ପାଇଁ ବଡ଼ ସମସ୍ୟା ହୋଇଛି । ଆଗାମୀ ଦିନରେ ଯଦି ଏହାକୁ ନିୟନ୍ତ୍ରଣ କରା ନଯାଏ ତା’ହେଲେ ଆଗକୁ ଆନ୍ଦୋଳନ ଜୋରଦାର କରିବା ନେଇ ଚେତାବନୀ ଦେଇଛି ଦଳ ।

ନଜର ପକାନ୍ତୁ