ସଂକ୍ରମଣ କମୁଛି, କୋଭିଡ ଯାଇନି: ଘରେ ରହି ରଜ ପାଳିବାକୁ ପୋଲିସର ଅପିଲ

ଭୁବନେଶ୍ୱର: ରାଜ୍ୟରେ କରୋନା ସ୍ଥିତି ସୁଧିରିବାରେ ଲାଗିଛି  । ଯାହା ଲକଡାଉନ୍ ଓ ସଟଡାଉନ୍ ପାଇଁ ମିଳିଛି ଏହି ସଫଳତା । ଆଜି ଏନେଇ ସାମ୍ବାଦିକ ସମ୍ମିଳନୀ ଜରିଆରେ ସୂଚନା ଦେଇଛନ୍ତି ଟ୍ୱିନ ସିଟି ପୋଲିସର ବରିଷ୍ଠ ଅଧିକାରୀ  । ପ୍ରେସମିଟ ମାଧ୍ୟମରେ  ଏଡିଜି  କହିଛନ୍ତି ରାଜ୍ୟରେ କୋଭିଡ ସ୍ଥିତ କମିବାରେ ଲାଗିଛି କିନ୍ତୁ  ଚିନ୍ତା ବଢାଉଛନ୍ତି କିଛି ଅମାନିଆ  ।  ଏଣୁ ଆହୁରି ସଚେତନ ହେବା ପାଇଁ ଅପିଲ୍ କରିଛନ୍ତି ଆଇନ୍ ଶୃଙ୍ଖଳା ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ ଯଶବନ୍ତ ଜେଠଓ୍ବା ।

ଚଳିତବର୍ଷ କୋଭିଡ ଭୟବହତା ସଭିଙ୍କୁ ଅସ୍ତବ୍ୟସ୍ତ କରିଦେଇଛି  । ତେଣୁ ଏଭଳି ସ୍ଥିତିରେ  ଘରେ ରହି କରୋନା କଟକଣାରେ ସମସ୍ତେ ରଜ ପାଳିବା ପାଇଁ କହିଛନ୍ତି ଜେଠଓ୍ବା । ସେପଟେ ଦୁଇ ମାସ ମଧ୍ୟରେ ୪ ଲକ୍ଷ ୭୬ ହଜାର ଆଇନ୍ ଭାଙ୍ଗିଛନ୍ତି ।୧୪ କୋଟି ୫୮ ଲକ୍ଷ ଟଙ୍କାର ଫାଇନ୍ ଆଦାୟ ହୋଇଛି । ୩ ହଜାର ୫୦୦ ଦୋକାନ ଓ ଶିକ୍ଷାନୁଷ୍ଠାନ ସିଲ୍ କରାଯାଇଛି । ୨୭୮ଟି କେସ୍ ଦାୟର ହୋଇଥିବାବେଳେ୧୩ ହଜାର ୩୨ ଜଣକୁ ଗିରଫ କରାଯାଇଛି । ସେହିଭଳି ୨୯ ହଜାର ଗାଡି ସିଜ୍ କରାଯାଇଥିବା ସୂଚନା ଦେଇଛନ୍ତି ଜେଠଓ୍ବା ।

ପର୍ବ ପର୍ବାଣୀ ପାଇଁ ଆହୁରି ଶକ୍ତ ହେବ ଏନଫୋର୍ସମେଣ୍ଟ ଡ୍ରାଭଭ୍ । ସାଇବର କ୍ରାଇମ୍ ଓ ଠକଙ୍କ ଠାରୁ ଦୂରେଇ ରହିବା ପାଇଁ ପରାମର୍ଶ ଦିଆଯାଇଛି । କୌଣସି ସମସ୍ୟାରେ ପଡିଲେ ହେଲପ୍ ଲାଇନ୍ ନମ୍ବର ୧୫୫୨୬୦ର ସହାୟତା ନେଇପାରିବେ । ଭୁବନେଶ୍ବର ଓ କଟକବାସୀ ଲକଡାଉନ୍ ନିୟମ ମାନିଛନ୍ତି, ହେଲେ ଆଗକୁ ଆହୁରି ସଚେତନ ହେବା ପାଇଁ ଅପିଲ୍ କରିଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ସେହିଭଳି ଭୁବନେଶ୍ବର ଓ କଟକ ଡିସିପି ମଧ୍ୟ ପ୍ରେସମିଟରେ ଟ୍ବିନ୍ ସିଟିବାସୀଙ୍କୁ ସଚେତନ ହୋଇ ରଜ ପାଳିବା ସହ କୋଭିଡ୍ ନିୟମ ମାନିବା ପାଇଁ ଅପିଲ୍ କରିଛନ୍ତି ।

Leave a Reply