କମିଶନରେଟ୍ ପୋଲିସର ଅପରେସନ୍ ହ୍ୱାଇଟ ସ୍ପାଇଡର: ୯ମାସରେ ଜବତ ହେଲାଣି ୧୦ କେଜି ଧଳା ଜହର

ଭୁବନେଶ୍ୱର: କମିଶନରେଟ ପୋଲିସର ଅପରେସନ ହ୍ୱାଇଟ୍ ସ୍ପାଇଡର । ୯ ମାସରେ ଜବତ ହେଲାଣି ୧୦ କେଜି ବ୍ରାଉନସୁଗାର  । କମିଶନରେଟ ପୋଲିସ ଜବତ କରିଛି ୧୦ କେଜି ଧଳାଜହର । କେବଳ ଭୁବନେଶ୍ୱର ପୋଲିସ ଜବତ କରିଛି ୫ କେଜି ୬୬୦ ଗ୍ରାମ ବ୍ରାଉନସୁଗାର । ଧଳା ଜହର କାରବାର ମାମଲାରେ ଏଯାଏଁ ୬୭ ଜଣଙ୍କୁ ଗିରଫ କରାଯାଇଥିବା ବେଳେ, ରୁଜୁ ହୋଇଛି ୩୩ଟି ମାମଲା । ଆଜି ବାଲିଅନ୍ତାରୁ ଜବତ ହୋଇଛି ୨୬୦ ଗ୍ରାମ ବ୍ରାଉନସୁଗାର । ବ୍ରାଉନସୁଗାର କାରବାର ଅଭିଯୋଗରେ କେଶୁରାର ମୃଣାଲ ସାମଲକୁ ଗିରଫ କରିଛି କ୍ୟୁଏଟି । ଏ ନେଇ ଶନିବାର ସାମ୍ୱାଦିକ ସମ୍ମଳନୀରେ ସୂଚନା ଦେଇଛନ୍ତି ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ । ସେ ଆହୁରୀ କହିଛନ୍ତି ଯେ କେବଳ ନିଶା ଦ୍ରବ୍ୟ ଅର୍ଥାତ ଡ୍ରଗ୍ଦ ଜବତ କରିବାରେ ଆମେ ସୀମିତନାହୁଁ । ଏହି ନିଶା କବଳରେ ଥିବା ଯୁବକ ଯୁବତୀଙ୍କ ଏଥିରୁ ମୁକ୍ତି ଦିଗରେ ମଧ୍ୟ ଆମେ କାର୍ଯ୍ୟ କରୁଛୁ ବୋଲି ସିପି କହିଛନ୍ତି ।

Leave a Reply