spot_img

Latest Posts

ଗୋମୂତ୍ର ପାନ କରିବା ସ୍ବାସ୍ଥ୍ୟ ପାଇଁ ହାନିକାରକ, ଆସିଲା ରିପୋର୍ଟ

ନୂଆଦିଲ୍ଲୀ: ଗୋମୂତ୍ର ସିଧା ପାନ କରିବା ସ୍ବାସ୍ଥ୍ୟ ପାଇଁ ହାନିକାରକ। ଏଥିରେ କ୍ଷତିକାରକ ବ୍ୟାକ୍ଟେରିଆ ଥିବାରୁ ଏହାକୁ ସିଧା ପାନ କଲେ ବ୍ୟକ୍ତି ଅସୁସ୍ଥ ହୋଇପଡିବେ। ବରେଲିରେ ଥିବା ଆଇସିଏଆର-ଭାରତୀୟ ପ୍ରାଣୀ ଗବେଷଣା ଇନଷ୍ଟିଚ୍ୟୁଟ ଅନେକ ଗବେଷଣା ପରେ ଏହି ତଥ୍ୟ ପ୍ରକାଶ କରିଛି।

ଗବେଷଣାରୁ ଜଣାପଡିଛି, ଗାଈ, ବଳଦ, ଷଣ୍ଢ ଏବଂ ମଇଁଷି ମୂତ୍ରରେ ସର୍ବନିମ୍ନ ୧୪ଟି କ୍ଷତିକାରକ ଜୀବାଣୁ ଥାନ୍ତି। ଯାହା ସିଧା ମଣିଷର ପାକସ୍ଥଳୀକୁ ଗଲେ ସଂକ୍ରମଣ କରେ  । ତେଣୁ ସିଧାସଳଖ ଗୋମୂତ୍ର ପାନ କରିବା ସ୍ବାସ୍ଥ୍ୟପକ୍ଷେ ହାନିକାରକ ବୋଲି ସଂସ୍ଥା କହିଛି। ମଇଁଷିର ମୂତ୍ର ସର୍ବାଧିକ କ୍ଷତିକାରକ ବୋଲି ଜଣାପଡିଛି।

ଗାଈ, ମଇଁଷି ଏବଂ ମଣିଷଙ୍କର ୭୩ଟି ନମୁନାକୁ ନେଇ ପରୀକ୍ଷା କରାଯାଇଥିଲା। ଏଥିରେ ମଇଁଷିର ମୂତ୍ରରୁ ସର୍ବାଧିକ ହାନିକାରକ ବ୍ୟାକ୍ଟେରିଆ ଥିବା ଦେଖିବାକୁ ମିଳିଥିଲା। ତେଣୁ ଗୋମୂତ୍ରକୁ ଔଷଧୀୟ ଭାବେ ପାନ କରିବାକୁ କୌଣସି ପରିସ୍ଥିତିରେ ପରାମର୍ଶ ଦେବାକୁ ସଂସ୍ଥା ମନା କରିଛି। ତେବେ ମୂତ୍ରର ପ୍ରକ୍ରିୟାକରଣ ପରେ ଏହାକୁ ପାନ କରିହେବ। କାରଣ ଏହା ଶରୀର ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସହ କର୍କଟ ଓ କୌଭିଡ ବିରୋଧରେ ଲଢିଥାଏ। ଏବେ ହୋଇଥିବା ଗବେଷଣାରେ ପ୍ରକ୍ରିୟାକରଣ ମୂତ୍ରକୁ ନମୁନା ଭାବେ ନିଆଯାଇନଥିଲା ବୋଲି କହିଛନ୍ତି ଆଇଭିଆରର ଜଣେ ପୂର୍ବତନ ନିର୍ଦ୍ଦେଶକ।

Latest Posts

Don't Miss