ଭଦ୍ରକ: ବେଆଇନ ଗୋଚାଲାଣକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ, ୩ ଗୁରୁତର

ଭଦ୍ରକ: ଭଦ୍ରକରେ ବେଆଇନ ଗୋଚାଲାଣକୁ ନେଇ ଦୁଇ ଗୋଷ୍ଠୀ ମୁହାଁମୁହିଁ । ଏସ୍କର୍ଟ ପାଟିଙ୍କ ଆକ୍ରମଣରେ ୩ ଜଣ ଗୋ ସୁରକ୍ଷା କର୍ମକର୍ତ୍ତା ଗୁରୁତର । ୧୬ ନମ୍ବର ଜାତୀୟ ରାଜପଥର ରାଣିତାଲ ନିକଟରେ ମୁହାଁମୁହିଁ ହୋଇଛନ୍ତି ୨ଗୋଷ୍ଠୀ । ବେଆଇନ ଗୋରୁ ଚାଲାଣ ହେଉଥିବା ଖବର ପାଇ ଗୋ ସୁରକ୍ଷା ସମିତିର କର୍ମକର୍ତ୍ତା ମାନେ ରାଣୀତାଲ ନିକଟରେ ୩ଟି କଣ୍ଟେନରକୁ ଅଟକାଇଥିଲେ ।

ଏହି ସମୟରେ ଏସ୍କର୍ଟ ପାଟି ଗୋ ସୁରକ୍ଷା କର୍ମକର୍ତ୍ତାଙ୍କୁ ଆକ୍ରମଣ କରି ଗୋଟିଏ କଣ୍ଟେନର ଛଡାଇନେଇଥିଲେ । ଅନ୍ୟ ଗୋଟିଏ କଣ୍ଟେନରକୁ ମଇତାପୁର ନିକଟରେ ଅଟକାଯାଇଛି । ଆହତମାନେ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ପୋଲିସ ଦୁଇଟି କଣ୍ଟେନରକୁ ଜବତ କରିଛି । ଏଥିରେ ୨୦୦ରୁ ଅଧିକ ଗୋରୁ ଥିବା ସୂଚନା ମିଳିଛି ।

Leave a Reply