ଗୋ ଚାଲାଣ ବେଳେ ମାଫିଆଙ୍କ ଫାଙ୍କା ଗୁଳି ଚାଳନା

କେନ୍ଦୁଝର :  କେନ୍ଦୁଝରରେ କ୍ରାଇମବ୍ରାଞ୍ଚ ଏସଟିଏଫର ରେଡ୍ । ଗୋ ଚାଲାଣ ବେଳେ ଗୋ ମାଫିଆଙ୍କ ଫାଙ୍କା ଗୁଳି ଚାଳନା । ଫାଙ୍କା ଗୁଳି ଚାଳନା କରି ଖସି ଗଲା ଜଣେ ଅଭିଯୁକ୍ତ । ପଶ୍ଚିମବଙ୍ଗକୁ ଗୋ ଚାଲାଣ ବେଳେ ଚଢ଼ାଉ କରିଥିଲା ଏସଟିଏଫ୍ । ପଶ୍ଚିମବଙ୍ଗର ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ, ୨ଟି ଗାଡି ଜବତ ହୋଇଛି ।

କଣ୍ଟେନରେ ୭୪ ଗାଈ ବଳଦ ଚାଲାଣ ହେଉଥିଲା । ଚଢ଼ାଉ ପରେ କେନ୍ଦୁଝର ଟାଉନ ଥାନାକୁ ଗୋ ମାଫିଆଙ୍କୁ ହସ୍ତାନ୍ତର କରାଯାଇଛି । ବରଗଡ଼ ସୋହେଲା ପଟୁ ଆସୁଥିଲା ଗୋରୁ ଗାଡି । ରାକେଟ ନେଇ ପଚରା ଉଚରା କରୁଛି ପୋଲିସ । ଏସଟିଏଫ ଟିମରେ ଜଣେ ଡ଼ିଏସପି ଏବଂ ୩ ଜଣ ଇନ୍ସପେକ୍ଟରଙ୍କ ସହ ୧୫ ଜଣ ପୋଲିସ ସାମିଲ ହୋଇଥିଲେ ।