spot_img

Latest Posts

ଗାଈକୁ ଜାତୀୟ ପଶୁ ଘୋଷଣା କରାଯାଉ: ହାଇକୋର୍ଟ

ଆହ୍ଲାବାଦ: ବୖେଦିକ, ପୗେରାଣିକ, ସାଂସ୍କୃତିକ ମହତ୍ୱ ଏବଂ ସାମାଜିକ ଉପଯୋଗିତାକୁ ଦୃଷ୍ଟିରେ ରଖି ଗାଈକୁ ଜାତୀୟ ପଶୁ ଭାବେ ଘୋଷଣା କରିବାକୁ ଆହ୍ଲାବାଦ ହାଇକୋର୍ଟ ପରାମର୍ଶ ଦେଇଛନ୍ତି। ଭାରତରେ ଗାେମାତାକୁ ମା ବୋଲି ବିବେଚନା କରାଯାଏ ବୋଲି କୋର୍ଟ କହିଛନ୍ତି। ଏହା ହିନ୍ଦୁମାନଙ୍କର ଆସ୍ଥାର ବିଷୟ ।

ଗୋମାଂସ ଖାଇବା କାହାର ମୗେଳିକ ଅଧିକାର ନୁହେଁ ବୋଲି କୋର୍ଟ କହିଛନ୍ତି। ପୁରୁଣା ଅସୁସ୍ଥ ଗାଈ ମଧ୍ୟ କୃଷି ପାଇଁ ଉପଯୋଗୀ| ଏହାର ହତ୍ୟାକୁ ଅନୁମତି ଦେବା ଠିକ୍ ନୁହେଁ। ଏହା ଭାରତୀୟ କୃଷିର ମେରୁଦଣ୍ଡ ।

ସମଗ୍ର ବିଶ୍ୱରେ ଭାରତ ହେଉଛି ଏକମାତ୍ର ଦେଶ ଯେଉଁଠି ସବୁ ବର୍ଗର ଲୋକ ବାସ କରନ୍ତି। ପୂଜାପାର୍ବଣ ଭିନ୍ନ ହୋଇଥିଲେ ମଧ୍ୟ ସମସ୍ତଙ୍କ ଚିନ୍ତାଧାରା ସମାନ । ଏଠି ସମସ୍ତେ ପରସ୍ପରର ଧର୍ମକୁ ସମ୍ମାନ ଦିଅନ୍ତି । କୋର୍ଟ କହିଛନ୍ତି ଯେ ଯଦି ଗାଈକୁ ହତ୍ୟା କରୁଥିବା ବ୍ୟକ୍ତିକୁ ଛଡାଯାଏ, ତେବେ ପୁଣି ଅପରାଧ କରିବ। ସମ୍ୱଲର ଜାଭେଦଙ୍କ ଜାମିନ ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି। ଏହି ରାୟ ଦେଇଛନ୍ତି ଜଷ୍ଟିସ ଶେଖର କୁମାର ଯାଦବ।

ଜାମିନ ଆବେଦନ ଉପରେ ସରକାରୀ ଓକିଲ ଏସ.କେ ପାଲ ଏବଂ ଏଜିଏ ମିଥୀଲେଶ କୁମାର ବିରୋଧ କରିଥିଲେ। ଆବେଦନକାରୀ ଖିଲେନ୍ଦ୍ର ସିଂ ଗାଈକୁ ଚୋରି କରିବା ସହ ଜଙ୍ଗଲରେ ଅନ୍ୟ ଗାଈ ମାନଙ୍କୁ ହତ୍ୟା କରିବା ସଙ୍ଗେସଙ୍ଗେ ମାଂସ ଏକଜୁଟ୍ କରୁଥିଲା । ଏହି ଘଟଣା ପଦାକୁ ଆସିବା ପରେ ସେ ମାର୍ଚ୍ଚ ୨୧ ତାରିଖରୁ ଜେଲରେ ଅଛି ।

କୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ ୨୯ଟି ରାଜ୍ୟ ମଧ୍ୟରୁ ୨୪ଟିରେ ଗୋମାତା ବଧ କରିବା ନିଷେଧ । ଗୋଟିଏ ଗାଈ ନିଜ ଜୀବନରେ ୪୧୦ରୁ ୪୪୦ ଲୋକଙ୍କୁ ଖାଦ୍ୟ ଯୋଗାଇଥାଏ । କିନ୍ତୁ ଗୋମାଂସ କେବଳ ୮୦ ଲୋକଙ୍କ ପେଟ ଭରିଥାଏ ।ମହାରାଜା ରଣଜିତ ସିଂ ଗାେ ହତ୍ୟା ଉପରେ ମୃତ୍ୟୁଦଣ୍ଡ ନିର୍ଦ୍ଦେଶ ଦେଇଥିଲେ। ଅନେକ ମୁସଲିମ୍ ଏବଂ ହିନ୍ଦୁ ରାଜା ଗାେ ହତ୍ୟାକୁ ବାରଣ କରିଥିଲେ।

ଅପରପକ୍ଷେ ବେଦ ତଥା ପୁରାଣରେ ଗାେମାତାଙ୍କ ମହିମା ବର୍ଣ୍ଣିତ ହୋଇଛି । ସମ୍ବିଧାନରେ ମଧ୍ୟ ଗାେ ସଂରକ୍ଷଣ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି।

Latest Posts

Don't Miss