ଭାଲେଣ୍ଟାଇନ୍ ଡେ’ରେ ପାଳନ ହେବନି କାଓ ହଗ୍ ଡେ’, ପ୍ରତ୍ୟାହାର ହେଲା ଅପିଲ

ନୂଆଦିଲ୍ଲୀ: ୧୪ ଫେବୃଆରି ବା ଭାଲେଣ୍ଟାଇନ୍ ଡେ’ ଦିନ ପାଳନ ହେବନି କାଓ ହଗ୍ ଡେ’ । ଏହି ଅପିଲକୁ ପ୍ରତ୍ୟାହାର କରିଦିଆଯାଇଛି । ଏହାକୁ ବିରୋଧ କରାଯିବା ପରେ ପ୍ରତ୍ୟାହାର କରାଯାଇଛି । ଏ ନେଇ ଆମ୍ ଆଦମୀ ପାର୍ଟି ଏବଂ ତୃଣମୂଳ କଂଗ୍ରେସର ବିରୋଧ ପରେ ଏହି ପଦକ୍ଷେପ ନିଆଯାଇଥିଲା ।

୧୪ ଫେବୃଆରୀକୁ କାଓ ହଗ୍ ଡେ’ ଭାବେ ପାଳନ କରିବା ଅପିଲକୁ ନେଇ ଶିବସେନା ସିଧା ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରିଥିଲା । ବିଭିନ୍ନ ଦଳ ତରଫରୁ ଏହାକୁ ନେଇ ସିଧା ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରାଯିବା ପରେ ବାଧ୍ୟ ହେଇ ଏହି ଅପିଲକୁ ପ୍ରତ୍ୟାହାର କରିଥିଲେ ।

ଆନିମଲ ଓ୍ବେଲଫେୟାର ଅଫ ଇଣ୍ଡିଆ ଗାଈଙ୍କୁ ଆଲିଙ୍ଗନ କରି କାଓ ହଗ୍ ଡେ’ ପାଳନ କରିବାକୁ ଅପିଲ କରିଥିଲା । ପାଶ୍ଚାତ୍ୟ ଏବଂ ଚାକଚକ୍ୟ ଜୀବନ ଶୈଳୀ ଯୋଗୁ ଆମେ ସଂସ୍କୃତିକୁ ଭୁଲି ଯାଉଛୁ । ଏଥିପାଇଁ ଗାଈଙ୍କୁ ଭଲ ପାଉଥିବା ଲୋକେ ୧୪ ଫେବୃଆରୀକୁ କାଓ ହଗ୍ ଡେ’ ଭାବେ ପାଳନ କରିବାକୁ କହିଥିଲା ଆନିମଲ ଓ୍ବେଲଫେୟାର । ଏହା ପରେ ଯୁବପିଢ଼ୀଙ୍କ ମଧ୍ୟରେ ଦେଖାଦେଇଥିଲା ଅସନ୍ତୋଷ ।