ଓଡ଼ିଶାରେ ପହଞ୍ଚିଲା ଅଢ଼େଇ ଲକ୍ଷ କୋଭିସିଲ୍ଡ ଟିକା
ଭୁବନେଶ୍ୱର: ଓଡ଼଼ିଶାକୁ ଆସିଲା ଆଉ ଅଢ଼େଇ ଲକ୍ଷ କୋଭିସିଲ୍ଡ ଟିକା । ବିମାନବନ୍ଦରରେ ପହଞ୍ଚିବା ପରେ ସ୍ବତନ୍ତ୍ର ସ୍ବତନ୍ତ୍ର ଭ୍ୟାନ୍ ଯୋଗେ ରାଜ୍ୟ ଟିକା ଭଣ୍ଡାରକୁ ନିଆଯାଇଛି । ସେଠାରୁ ବିଭିନ୍ନ ଜିଲ୍ଲାକୁ ଟିକା ପଠାଯିବ । ଟିକା ପାଇଁ ବିଭିନ୍ନ ଜିଲ୍ଲାରୁ ଭ୍ୟାନ ଆସି ପହଞ୍ଚିଛି । ରାଜ୍ୟରେ ଦିନକୁ ଅଢ଼େଇ ଲକ୍ଷ କରୋନା ଟିକା ଆବଶ୍ୟକ । ଏବେ 1ଲକ୍ଷ 26 ହଜାର ୭ଶହ ଡୋଜ କୋଭିସିଲ୍ଡ ଟିକା ଥିବା ବେଳେ ଆଜି ଆସିଛି ଆଉ ଅଢ଼େଇ ଲକ୍ଷ ଡୋଜ୍ । ଏସବୁ ଟିକାକୁ ମିଶାଇଲେ ଆଉ ଦିନେ ଦୁଇଦିନ ରାଜ୍ୟରେ ଟିକାକରଣ ହୋଇପାରିବ । ଆବଶ୍ୟକ ପରିମାଣର ଟିକା ନଆସିଲେ ଟିକାକରଣ ବନ୍ଦ ହେବାର ଆଶଙ୍କା ଅଛି । ରାଜ୍ୟ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ଏହି ସୂଚନା ଦେଇଛନ୍ତି । 10ଦିନ ପାଇଁ କରି 25ଲକ୍ଷ ଟିକା ପାଇଁ କେନ୍ଦ୍ରକୁ ଅବଗତ କରାଇଥିଲା । କିନ୍ତୁ ମାତ୍ର ଅଢ଼େଇ ଲକ୍ଷ ଡୋଜ୍ ଆସିଛି । ରାଜ୍ୟରେ ମୋଟ 14 ଶହ 76 ଟିକା କେନ୍ଦ୍ରରେ ଟିକାକରଣ ହେଉଥିଲା। କିନ୍ତୁ ଟିକା ଅଭାବରୁ ୭ ଶହରୁ ଅଧିକ ଟିକାକରଣ କେନ୍ଦ୍ର ବନ୍ଦ ଅଛି ।