କୋଭିସିଲ୍ଡର ପ୍ରଥମ ଡୋଜ୍ ୬୧ ପ୍ରତିଶତ ପ୍ରଭାବଶାଳୀ: ଡ. ଆରୋରା
ନୂଆଦିଲ୍ଲୀ: କରୋନା ବିରୋଧୀ ଲଢେଇରେ କାମ କରୁଛି କୋଭିସିଲ୍ଡ ଟିକା । ଏପରିକି କୋଭିସିଲ୍ଡର ପ୍ରଥମ ଡୋଜ୍ ୬୧ ପ୍ରତିଶତ ଅଧିକ ପ୍ରଭାବଶାଳୀ ସାବ୍ୟସ୍ତ ହୋଇଛି । ଏଭଳି ତଥ୍ୟ ଦେଇଛନ୍ତି କୋଭିଡ ପ୍ୟାନେଲର ମୁଖ୍ୟ ଡକ୍ଟର ଏନ.କେ ଆରୋରା।
କୋଭିସିଲ୍ଡର ଦୁଇଟି ଡୋଜ୍ ମଧ୍ୟରେ ବ୍ୟବଧାନକୁ ନେଇ ତର୍କ ବିତର୍କ ଓ ବିବାଦ ମୁଣ୍ଡ ଟେକିଥିବା ବେଳେ ଡକ୍ଟର ଅରୋରାଙ୍କ ଏପରି ପ୍ରତିକ୍ରିୟା ସାଧାରଣରେ ଚର୍ଚ୍ଚାର ବିଷୟ ପାଲଟିଛି । ତଥ୍ୟ ଅନୁସାରେ ଡେଲଟା ଭାଇରସ ବିରୋଧରେ କୋଭିସିଲ୍ଡର ଗୋଟିଏ ଡୋଜ୍ ହିଁ ୬୧ପ୍ରତିଶତ ପ୍ରଭାବୀ ।
ତେବେ ପ୍ରଥମ ଡୋଜ୍ ନେବା ପରେ ହିଁ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବଢୁଛି । ଯେଉଁଥିପାଇଁ ଏହି କୋଭିସିଲ୍ଡ ଟିକାର ୨ଟି ଡୋଜ୍ ମଧ୍ୟରେ ବ୍ୟବଧାନ ବଢାଯାଇଥିବା ସେ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ଗତ ୨୪ ଘଣ୍ଟା ମଧ୍ୟରେ ୬୭ ହଜାର ୨୦୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଦୀର୍ଘ ୭୧ ଦିନ ପରେ ଦେଶରେ ସବୁଠୁ କମ୍ ଆକ୍ଟିଭ କେସ୍ ରହିଛି। ଦେଶର ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨ କୋଟି ୯୭ ଲକ୍ଷ ୩୧୩ ଥିବା ବେଳେ ମୋଟ୍ ସୁସ୍ଥ ହୋଇଛନ୍ତି ୨ କୋଟି ୮୪ ଲକ୍ଷ ୯୧ ହଜାର ୬୭୦। ମୋଟ୍ କରୋନା ମୃତ୍ୟୁ ସଂଖ୍ୟା ୩ ଲକ୍ଷ ୮୧ ହଜାର ୯୦୩ ରହିଛି ।