ଏପର୍ଯ୍ୟନ୍ତ କରୋନା ସଂକ୍ରମଣରୁ ବର୍ତ୍ତି ଯାଇଥିବା ଲୋକଙ୍କୁ ସଂକ୍ରମିତ କରିବ ଓମିକ୍ରନ ! କାମ ଦେବନି ଟିକାକରଣ
1 min read
ନୂଆଦିଲ୍ଲୀ: କରୋନା ଭାଇରସର ଓମିକ୍ରନ୍ ଭାରିଏଣ୍ଟ ଏବେ ବି ବିଶ୍ୱ ପାଇଁ ବିପଦ ହୋଇ ରହିଛି । ଏହି ସମୟରେ, ଓମିକ୍ରନର BA.1 ପ୍ରକାର ବିରୁଦ୍ଧରେ କୋଭିଶିଲ୍ଡ ଟିକାର ପ୍ରଭାବକୁ ନେଇ ବୈଜ୍ଞାନିକମାନେ ଚିନ୍ତା ପ୍ରକଟ କରିଛନ୍ତି । ଏକ ରିପୋର୍ଟ ଅନୁଯାୟୀ, ଯେଉଁମାନେ କୋଭିଶିଲ୍ଡର ଉଭୟ ଡୋଜ ନେଇଛନ୍ତି ଏବଂ ପୂର୍ବରୁ ସଂକ୍ରମିତ ହୋଇନାହାଁନ୍ତି, ସେମାନଙ୍କର ଇମ୍ୟୁନିଟି ଓମିକ୍ରନ୍ BA.1 ଭାରିଆଣ୍ଟ ବିରୁଦ୍ଧରେ ବହୁତ କମ୍ ବୋଲି ଜଣାପଡିଛି । ସଂକ୍ରମଣକୁ ମାତ ଦେଇଥିବା ଏବଂ କୋଭିଶିଲ୍ଡର ଉଭୟ ଡୋଜ ନେଇଥିବା ଏପରି ଲୋକଙ୍କଠାରେ ଅଧିକ ବିପଦ ଥିବା ଦେଖାଯାଇଛି ।
ଆଇସିଏମଆର-ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ବାୟରୋଲୋଜି (ICMR-NIV) ଦ୍ୱାରା କରାଯାଇଥିବା ଅଧ୍ୟୟନରେ କୋଭିଶିଲ୍ଡର ଦୁଇଟିଯାକ ଡୋଜ ନେଇଥିଲେ ବି ଶୀଘ୍ର ବୁଷ୍ଟର ଡୋଜ ନେବାର ଆବଶ୍ୟକତା ଦର୍ଶାଯାଇଛି । ଏହି ଅନୁସନ୍ଧାନ ପାଇଁ, କୋଭିଶିଲ୍ଡର ଦ୍ୱିତୀୟ ଡୋଜର ୧୮୦ ଦିନ ପରେ, ୨୪ଜଣ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ନମୁନା ସଂଗ୍ରହ କରାଯାଇଥିଲା । ଏହା ସହିତ, ୧୭ ଜଣଙ୍କ ନମୁନା ମଧ୍ୟ ନିଆଯାଇଥିଲା, ଯେଉଁମାନେ କରୋନାରେ ସଂକ୍ରମିତ ହୋଇ ନଥିଲେ ଏବଂ ସେମାନେ କୋଭିଶିଲ୍ଡର ଉଭୟ ଡୋଜ ନେଇଥିଲେ । କୋଭିଶିଲ୍ଡର ଉଭୟ ଡୋଜ ଗ୍ରହଣ କରିବା ପରେ ମଧ୍ୟ ଏହି ଲୋକଙ୍କଠାରେ ଓମିକ୍ରନ୍ ସଂକ୍ରମଣ ଦେଖିବାକୁ ମିଳିଥିଲା ।
୬ ମାସରେ ଆଣ୍ଟିବଡି ହ୍ରାସ ପାଇଥାଏ
ନ୍ୟାସନାଲ ଇନଷ୍ଟିଚ୍ୟୁଟ୍ ଅଫ୍ ବାଇରୋଲୋଜିର ଏକ ଅଧ୍ୟୟନ ପରେ ଓମିକ୍ରନ୍ ଭାରିଆଣ୍ଟ ବିଷୟରେ କୁହାଯାଇଥିଲା ଯେ କୋଭିଡ ଟିକାର ଡବଲ୍ ଡୋଜ ନେଇଥିବା ଲୋକମାନଙ୍କଠାରେ ଆଣ୍ଟିବଡି ସ୍ତର ଛଅ ମାସ ପରେ ହ୍ରାସ ପାଇବାରେ ଲାଗେ।
ଏହି ଅଧ୍ୟୟନ ପାଇଁ, ଲୋକଙ୍କୁ ତିନୋଟି ଦଳରେ ବିଭକ୍ତ କରାଯାଇଥିଲା । ପ୍ରଥମ ଗୋଷ୍ଠୀରେ, ଉତ୍ତରପ୍ରଦେଶର ଏପରି ୧୮ଜଣ ବ୍ୟକ୍ତି ଅନ୍ତର୍ଭୁକ୍ତ ହୋଇଥିଲେ ଯେଉଁମାନେ କୋଭିଶିଲ୍ଡର ପ୍ରଥମ ଡୋଜ୍ ଏବଂ କୋଭାକ୍ସିନ୍ ର ଦ୍ୱିତୀୟ ଡୋଜ୍ ନେଇଥିଲେ । ଦ୍ୱିତୀୟ ଏବଂ ତୃତୀୟ ଗୋଷ୍ଠୀରେ, ୪୦ ଜଣଙ୍କୁ ରଖାଯାଇଥିଲା ଯେଉଁମାନେ କୋଭିଶିଲ୍ଡ କିମ୍ବା କୋଭାକ୍ସିନ୍ ର ଉଭୟ ଡୋଜ ନେଇଥିଲ । ରିପୋର୍ଟ ହୋଇଥିଲା ଯେ କୋଭିଶିଲ୍ଡ ପରେ କୋଭାକ୍ସିନ୍ ର ଦ୍ୱିତୀୟ ଡୋଜ୍ ଦେବା ଡେଲଟା କିମ୍ବା ଅନ୍ୟାନ୍ୟ ‘ଭାରିଆଣ୍ଟସ୍ ଅଫ୍ କନ୍ସର୍ନ’ ବିରୁଦ୍ଧରେ ଭଲ ପ୍ରତିକ୍ରିୟା ଦେଇଥିଲା ।