କମିପାରେ କୋଭିଡ୍ ଟିକା କୋଭିସିଲ୍ଡ, କୋଭାକ୍ସିନ୍ ଦାମ

1 min read

ନୂଆଦିଲ୍ଲୀ: କମିପାରେ କୋଭିଡ୍ ଟିକା କୋଭିସିଲ୍ଡ ଓ କୋଭାକ୍ସିନ୍ ଦର । ଖୁବଶୀଘ୍ର ଭାରତୀୟ ଔଷଧ ନିୟାମକ ୨ଟି ଯାକ ଟିକାକୁ ବଜାର ଅନୁମତି ଦେଇ ପାରନ୍ତି । କୋଭିସିଲ୍ଡ ଓ କୋଭାକ୍ସିନ୍ ଖୋଲା ବଜାରକୁ ଆସିଲେ ଟିକାର ଡୋଜ୍ ପ୍ରତି ମୂଲ୍ୟ ୨୭୫ ଟଙ୍କା ରହିପାରେ । ପ୍ରତି ଡୋଜ୍ ପିଛା ୧୫୦ ଟଙ୍କା ଅତିରିକ୍ତ ଦେବାକୁ ପଡ଼ିବ ।

Covisheild, Covaxin price likely to be capped at Rs 275 per dose

ରାଷ୍ଟ୍ରୀୟ ଔଷଧ ଦର ନିର୍ଦ୍ଧାରଣ କର୍ତ୍ତୃପକ୍ଷ (NPPA) ଦର ନିର୍ଦ୍ଧାରଣ ଦିଗରେ କାର୍ଯ୍ୟ ଆରମ୍ଭ କରିଛନ୍ତି । ଏବେ କୋଭାକ୍ସିନର ପ୍ରତି ଡୋଜ୍ ମୂଲ୍ୟ ୧୨୦୦ ଟଙ୍କା ଥିବାବେଳେ କୋଭିସିଲ୍ଡ ଡୋଜ୍ ମୂଲ୍ୟ ୭୮୦ ଟଙ୍କା ରହିଛି । ଏଥିସହ ଟିକା ଦେବା ପାଇଁ ଅତିରିକ୍ତ ୧୫୦ ଟଙ୍କା ଦେବାକୁ ପଡ଼ିଛି । ଏବେ ଦେଶରେ ଉଭୟ ଟିକାର ଜରୁରୀକାଳୀନ ବ୍ୟବହାର ପାଇଁ ଅନୁମତି ମିଳିଛି ।

Covisheild, Covaxin price likely to be capped at Rs 275 per dose

ଖୋଲା ବଜାରରେ କୋଭିସିଲ୍ଡ ଟିକା ଉପଲବ୍ଧ କରିବା ନେଇ ସେରମ ଗତ ଅକ୍ଟୋବରରେ ଚିଠି ଲେଖିଥିଲା । ସେହିଭଳି ଭାରତ ବାୟୋଟେକର ନିର୍ଦ୍ଦେଶକ କିଛି ସପ୍ତାହ ପୂର୍ବରୁ ଖୋଲା ବଜାରରେ କୋଭାକ୍ସିନର ଉପଲବ୍ଧ କରିବାକୁ ସମସ୍ତ ତଥ୍ୟ ଦାଖଲ କରିଥିଲା । ଗତବର୍ଷ ଜାନୁଆରୀ ପ୍ରଥମ ସପ୍ତାହରେ କୋଭାକ୍ସିନ୍ ଓ କୋଭିସିଲ୍ଡ ଟିକାର ଜରୁରୀକାଳୀନ ବ୍ୟବହାର ଅନୁମତି ମିଳିଥିଲା ।

Leave a Reply