ଫାଇନାଲ ଟେଷ୍ଟିଂରେ ପହଞ୍ଚିଲା କରୋନାର ଏହି ଭ୍ୟାକସିନ, ଜୁଲାଇରେ ମିଳିପାରେ ଭଲ ଖବର

ଅନେକ ଦେଶରେ କରୋନା ଭାଇରସର ଔଷଧ ପ୍ରସ୍ତୁତ କରିବା ପାଇଁ ବୈଜ୍ଞାନିକ ମାନେ ଚେଷ୍ଟା ଚଲାଇଛନ୍ତି । ଇତିମଧ୍ୟରେ ଆମେରିକାର ବାୟୋଟେକ କମ୍ପାନୀ ମଡର୍ନା ନିଜ ଭ୍ୟାକସିନର ଫାଇନାଲ ଟେଷ୍ଟ ଜୁଲାଇ ମାସରେ କରିବା ନେଇ ସ୍ପଷ୍ଟ କରିଛି । କମ୍ପାନୀ ନିଜ ଟେଷ୍ଟିଂର ଶେଷ ପର୍ଯ୍ୟାୟରେ ପହଞ୍ଚିସାରିଛି ଏବଂ ଜୁଲାଇ ମାସରେ ୩୦ ହଜାର ଲୋକଙ୍କ ଉପରେ କରୋନା ଭାଇରସ ଭ୍ୟାକସିନର ଟ୍ରାୟଲ ଆରମ୍ଭ କରିବ ।

କେମ୍ବ୍ରିଜ, ମେସାଚୁସେଟସରେ ସ୍ଥିତ ବାୟୋଟେକର ସୂଚନା ଅନୁୟାରେ ଏହି ଟେଷ୍ଟିଂର ମୂଳ ଲକ୍ଷ କୋଭିଡ ୧୯ ଲକ୍ଷଣ ଥିବା ରୋଗୀ ମାନଙ୍କର ସଂକ୍ରମଣକୁ ରୋକିବା । ଏହାପରେ ମହାମାରୀକୁ ରୋକିବା ପାଇଁ ଏହାର ବ୍ୟବହାର କରାଯିବ ।

ମଡର୍ନା କମ୍ପାନୀ କହିଛି ଯେ, ଶେଷ ପର୍ଯ୍ୟାୟ ଟେଷ୍ଟି ପାଇଁ ଭ୍ୟାକସିନର ୧୦୦ଟି ମାଇକ୍ରୋଗ୍ରାମ ଜୋଡ ପ୍ରସ୍ତୁତ କରାଯାଇଛି । ଏହା ସହିତ କମ୍ପାନୀ ପ୍ରତି ବର୍ଷ ପାଖାପାଖି ୫୦୦କୋଟି ଡୋଜ ଡେଲିଭରୀ କରିବାକୁ ପ୍ରସ୍ତୁତି ଆରମ୍ଭ କରୁଛି । କମ୍ପାନୀ ଏହି ଡୋଜ ସ୍ୱିସ ଡ୍ରଗମେକର ଲୋନଜା ସହ ମିଶି ପ୍ରସ୍ତୁତ କରିବ ।

ଅନ୍ୟପଟେ ଚୀନର ବାୟୋଟେକ କମ୍ପାନୀ ସିନୋବେକ ବ୍ରାଜିଲର ଲୋକମାନଙ୍କ ଉପରେ ଭ୍ୟାକସିନର ଫାଇନାଲ ଟ୍ରାୟଲ ଆରମ୍ଭ କରିବ । ବ୍ରାଜିଲ କରୋନା ଭାଇରସ ଦ୍ୱାରା ଅଧିକ ପ୍ରଭାବିତ ହୋଇଛି ।

ସବୁ ପ୍ରାନ୍ତରେ କୋଭିଡ ୧୯ର ପ୍ରାୟ ଏକ ଡର୍ଜନ ସମ୍ଭାବିତ ଭ୍ୟାକସିନ ପରୀକ୍ଷଣର ପ୍ରାରମ୍ଭିକ ଚରଣରେ ରହିଛି । ଆମେରିକାର ନ୍ୟାସନାଲ ଇନଷ୍ଟିଟ୍ୟୁଟ ଅଫ୍ ହେଲ୍ଥ  ଅନେକ ଭ୍ୟାକସିନର ଫାଇନାଲ ଟେଷ୍ଟିଂ ଏବଂ ଅନ୍ୟ ବଡ଼ ବଡ଼ ଟେଷ୍ଟିଂରେ  ସହଯୋଗ କରିବା ପାଇଁ ଆଶା ପ୍ରକାଶ କରିଛନ୍ତି ।

ତେବେ ଏଥି ମଧ୍ୟରୁ କେଉଁ ଭ୍ୟାକସିନ ଲୋକମାନଙ୍କ ପାଇଁ ବ୍ୟବହାର କରାଯିବ ତାହା ଚଳିତ ବର୍ଷ ଶେଷ ସୁଦ୍ଧା ଜଣାପଡ଼ିବ ବୋଲି ଭ୍ୟାକସିନ ରିସର୍ଚ୍ଚ ସେଣ୍ଟର ସଦସ୍ୟ ଡାକ୍ତର ଜନ୍ ମୈସ୍କୋଲା କହିଛନ୍ତି ।

 

Leave a Reply