ରାଜ୍ୟରେ ୨୪ଘଣ୍ଟାରେ ୩,୪୪୩ ସଂକ୍ରମିତ ଚିହ୍ନଟ, ୧୪ ଆକ୍ରାନ୍ତ ମୃତ
1 min readଭୁବନେଶ୍ୱର: ନିୟନ୍ତ୍ରଣରେ ଆସୁଛି କରୋନା ମାହାମାରୀ । ସରକାରଙ୍କ ପଦକ୍ଷେପ ପରେ ରାଜ୍ୟରେ କମୁଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ରାଜ୍ୟରେ ୩ ହଜାର ୪୪୩ ପଜିଟିଭ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୨ ହଜାର ୧୭ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ୧ ହଜାର ୪୨୬ଜଣ ସ୍ଥାନୀୟ ସଂକ୍ରମଣ ଚିହ୍ନଟ ହୋଇଛି । ଆଉ ୧୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।
6. Boudh: 10
7. Cuttack: 359
8. Deogarh: 13
9. Dhenkanal: 47
10. Gajapati: 18
11. Ganjam: 54
12. Jagatsinghpur: 78
13. Jajpur: 130
14. Jharsuguda: 77
15. Kalahandi: 76
16. Kandhamal: 103
17. Kendrapada: 101
18. Keonjhar: 97
19. Khurda: 601
20. Koraput: 52
21. Malkangiri: 29— I & PR Department, Odisha (@IPR_Odisha) September 30, 2020
ବୁଧବାର ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ସର୍ବାଧିକ ଖୋର୍ଦ୍ଧା ଓ କଟକ ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି । ୨୪ ଖୋର୍ଦ୍ଧାରୁ ସର୍ବାଧିକ ସର୍ବାଧିକ ୬୦୧ ପଜିଟିଭ ଚିହ୍ନଟ ହୋଇଛନ୍ତି ସେହିପରି କଟକରୁ ୩୫୯ଚିହ୍ନଟ ହୋଇଛନ୍ତି । ସେହିଭଳି ଅନୁଗୁଳରୁ ୧୦୦, ବାଲେଶ୍ୱରରୁ ୧୫୨ , ବରଗଡ଼ରୁ ୧୧୧, ଭଦ୍ରକରୁ ୯୫ ବଲାଙ୍ଗୀରରୁ ୧୧୪, ବୌଦ୍ଧରୁ ୧୦, ଦେଓଗଡ଼ରୁ ୧୩, ଢେଙ୍କାନାଳରୁ ୪୭, ଗଜପତିରୁ ୧୮, ଗଞ୍ଜାମରୁ ୫୪, ଜଗତସିଂହପୁରରୁ ୭୮ , ଯାଜପୁର ୧୩୦ ଝାରସୁଗୁଡ଼ାରୁ ୭୭, କଳାହାଣ୍ଡିରୁ ୬ , କନ୍ଧମାଳରୁ ୧୦୩, କେନ୍ଦ୍ରାପଡ଼ାରୁ ୧୦୧, କେନ୍ଦୁଝରରୁ୯୭, କୋରାପୁଟରୁ ୫୨, ମାଲକାନଗିରିରୁ ୨୯, ମୟୁରଭଞ୍ଜରୁ ୧୪୧, ନବରଙ୍ଗପୁରରୁ ୮୯, ନୟାଗଡ଼ରୁ ୮୮, ନୂଆପଡ଼ାରୁ ୮୭, ପୁରୀରୁ ୧୩୨ , ରାୟଗଡ଼ାରୁ ୨୯, ସମ୍ବଲପୁର ୧୩୧, ସୁନ୍ଦରଗଡ଼ରୁ ୮୧, ସୋନପୁରରୁ ୯୪,ଷ୍ଟେଟ ପୁଲ୍ ୧୫୪ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
22. Mayurbhanj: 141
23. Nawarangpur: 89
24. Nayagarh: 88
25. Nuapada: 87
26. Puri: 132
27. Rayagada: 29
28. Sambalpur: 131
29. Sonepur: 94
30. Sundargarh: 81
31. State Pool: 154New Recovery: 3896
Cumulative Tested: 3250999
Positive: 219119
Recovered: 181481
Active Case: 36743— I & PR Department, Odisha (@IPR_Odisha) September 30, 2020
ଏଥିସହ ରାଜ୍ୟରେ ମୋଟ ପଜିଟିଭ ସଂଖ୍ୟା ୨ ଲକ୍ଷ ୧୯ହଜାର ୧୧୯କୁ ବୃଦ୍ଧି ପାଇଛି । ରାଜ୍ୟରେ ମୃତ୍ୟୁ ସଂଖ୍ୟା ୮୧୩ରେ ପହଞ୍ଚିଛି । ଏବେ ସୁଦ୍ଧା ୧ ଲକ୍ଷ ୮୧ ହଜାର ୪ଶହ ୮୧ ସୁସ୍ଥ ହୋଇଥିବା ବେଳେ, ୩୬ ହଜାର ୭ ଶହ ୪୩ ସକ୍ରିୟ ମାମଲା ରହିଛି । ସେହିଭଳି ରାଜ୍ୟରେ ମୃତ୍ୟୁ ସଂଖ୍ୟା ୮୪୨ରେ ପହଞ୍ଚିଛି ।