ରାଜ୍ୟମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ଆଲୋଚନା, ମାଇକ୍ରୋ-କଣ୍ଟେମେଣ୍ଟ ଜୋନ୍ ଉପରେ ଗୁରୁତ୍ୱ

2 min read
Covid19 Situation PM Narendra Modi Says A Challenging Situation Is Emerging Again

ନୂଆଦିଲ୍ଲୀ: କରୋନାର ଦ୍ୱିତୀୟ ଲହର ପରେ ଦେଶରେ ବଢ଼ୁଥିବା କୋଭିଡ୍ ସଂକ୍ରମଣକୁ ନେଇ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି ଆଲୋଚନା କରିଛନ୍ତି । ବୈଠକ ପରେ ଦେଶବାସୀଙ୍କୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ କହିଛନ୍ତି- କୋଭିଡ୍ ବିରୋଧରେ ପୁଣି ଯୁଦ୍ଧକାଳୀନ ଭିତ୍ତିରେ କାମ କରିବାର ଆବଶ୍ୟକତା ରହିଛି । ଆମେ ପାଖେ ଭଲ ଅନୁଭବ, ମାନବସମ୍ବଳ ଓ ଟିକା ଅଛି । କରୋନାର ଦ୍ୱିତୀୟ ଲହର ବିରୋଧରେ ଆମେ ଯୁଦ୍ଧ କରିବାର ଆବଶ୍ୟକତା ରହିଛି ।

ମହାରାଷ୍ଟ୍ର, ଗୁଜରାଟ, ଛତିଶଗଡ଼, ପଞ୍ଜାବ ଆଦି ରାଜ୍ୟରେ ସଂକ୍ରମଣ ଶିଖରରେ ରହିଛି । ଏହା ଏକ ଚିନ୍ତାର ବିଷୟ,  ଲୋକ ଏଥିରେ ଅସ୍ତବ୍ୟସ୍ତ ହୋଇ ପଡ଼ିଛନ୍ତି । କିନ୍ତୁ, କିଛି କିଛି ରାଜ୍ୟରେ ପ୍ରଶାସନ ହୁଗୁଳା ହୋଇ ପଡ଼ିଛି । କୋଭିଡ୍ ସଂକ୍ରମଣକୁ ନିୟନ୍ତ୍ରଣ ଲାଗି ଟ୍ରେସିଂ ଓ ଟ୍ରାକିଂ ହେଉଛି ମାଧ୍ୟମ । ଆମେ ମାଇକ୍ରୋ-କଣ୍ଟେନମେଣ୍ଟ ଜୋନ୍ ଉପରେ ଧ୍ୟାନ ଦେବା ଆବଶ୍ୟକ । ଯେଉଁଠାରେ ରାତ୍ରୀକାଳୀନ କର୍ଫ୍ୟୁ ଲାଗିଛି ତାକୁ ‘କରୋନା କର୍ଫ୍ୟୁ’ ଆଲର୍ଟ ରହିବା । ରାତି ୯ଟାରୁ ସକାଳ ୬ଟା ଯାଏ କର୍ଫ୍ୟୁ ଲାଗୁ କରିବା ଉପରେ ମୋଦି ଗୁରୁତ୍ୱାରୋପ କରିଛନ୍ତି ।

ପିଏମ୍ ମୋଦି କରୋନା ଟେଷ୍ଟିଂ ଉପରେ ଗୁରୁତ୍ୱ ଦେଇଛନ୍ତି । ୭୦ ପ୍ରତିଶତ ଆରଟି-ପିସିଆର୍ କୋଭିଡ୍ ଟେଷ୍ଟ ଆମ ଲକ୍ଷ୍ୟ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ । ସଂକ୍ରମଣ ସଂଖ୍ୟା ବଢ଼ିଲେ ମଧ୍ୟ ଟେଷ୍ଟିଂ ବଢ଼ାଯିବା ଉଚିତ୍ । ମୃତ୍ୟୁହାର୍ କମ୍ ରହିବା ଉପରେ ସମସ୍ତେ ଧ୍ୟାନ ଦେବା ଦରକାର । ଏପ୍ରିଲ୍ ୧୧ରୁ ୧୪ ଯାଏ ଟିକା ଉତ୍ସବ ପାଳନ ପାଇଁ ପ୍ରଧାନମନ୍ତ୍ରୀ କହିଛନ୍ତି । ଏଥିସହ ସମସ୍ତେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବାକୁ ଅନୁରୋଧ କରିଛନ୍ତି ।

ଆମେ କରୋନା ଟେଷ୍ଟିଂକୁ ଭୁଲି ଯାଇ ଟିକାକରଣ ଉପରେ ଧ୍ୟାନ ଦେଇଥିବା ଏକ ସମସ୍ୟା ବୋଲି କହିଛନ୍ତି ମୋଦି । ଭ୍ୟାକ୍ସିନ୍ ବିନା ଆମେ କୋଭିଡ୍ ବିରୋଧୀ ଯୁଦ୍ଧ ଜିତି ପାରିବା ନାହିଁ । କିନ୍ତୁ ଆମକୁ ତା’ସହ କରୋନା ଟେଷ୍ଟିଂ ଉପରେ ଧ୍ୟାନ ଦେବାକୁ ପଡ଼ିବ ।

Leave a Reply