ଦେଶରେ କମୁଛି କରୋନା ସଂକ୍ରମଣ; ଜାଣନ୍ତୁ ଆଜି କେତେ ପଜିଟିଭ
1 min readନୂଆଦିଲ୍ଲୀ: ଭାରତରେ କରୋନା ସୁସ୍ଥ ହାରର ଦ୍ରୁତ ଅଭିବୃଦ୍ଧି ସହିତ ସକ୍ରିୟ ମାମଲା ସଂଖ୍ୟା କ୍ରମାଗତ ଭାବେ ହ୍ରାସ ପାଉଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରୁ ୩୬ ହଜାର ୦୧୧ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଯାହାକୁ ମିଶାଇ ଦେଶରେ ସମୁଦାୟ କରୋନା ସଂକ୍ରମଣର ସଂଖ୍ୟା ୯୬ ଲକ୍ଷ ଅତିକ୍ରମ କରିଛି।
With 36,011 new #COVID19 infections, India's total cases rise to 96,44,222
With 482 new deaths, toll mounts to 1,40,182. Total active cases at 4,03,248
Total discharged cases at 91,00,792 with 41,970 new discharges in the last 24 hrs pic.twitter.com/imO6Ql1aHw
— ANI (@ANI) December 6, 2020
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ, ଗୋଟିଏ ଦିନରେ ୪୮୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ମୃତକଙ୍କ ସଂଖ୍ୟା ୧ ଲକ୍ଷ ୪୦ ହଜାର ୧୮୨ରେ ପହଞ୍ଚିଛି । ୯୧ ଲକ୍ଷରୁ ଅଧିକ ରୋଗୀ କରୋନା ଭାଇରସ ସହ ଯୁଦ୍ଧ କରି ଆରୋଗ୍ୟ ଲାଭ କରିଛନ୍ତି । ଯେଉଁଥିରେ କରୋନାରୁ ସୁସ୍ଥ ହେଉଥିବା ଲୋକଙ୍କ ହାର ୯୪ ପ୍ରତିଶତ ହୋଇଛି । ବର୍ତ୍ତମାନ ଭାରତରେ କରୋନା ସକ୍ରିୟ ମାମଲା ସଂଖ୍ୟା ୪ ଲକ୍ଷ ୦୩ ହଜାର ୨୪୮ ରହିଛି ।
ମହାରାଷ୍ଟ୍ରରେ କରୋନା ପୂର୍ବରୁ ହ୍ରାସ ପାଇଥିବା ବେଳେ ୮୩ ହଜାରରୁ ଅଧିକ ସକ୍ରିୟ ମାମଲା ଥିବାବେଳେ ୧୭ ଲକ୍ଷ ୧୫ ହଜାରରୁ ଅଧିକ ରୋଗୀ କରୋନାକୁ ପରାସ୍ତ କରିଛନ୍ତି ।