୨୫ ହଜାର ତଳକୁ ଖସିଲା ଦୈନିକ କରୋନା ସଂକ୍ରମଣ

ନୂଆଦିଲ୍ଲୀ: ଦେଶରେ ଲଗାତାର ଚତୁର୍ଥ ଦିନରେ ୨୫ ହଜାର ତଳେ ରହିଛି କରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଛନ୍ତି ଆଉ ୨୪ ହଜାର ୭୧୨ ନୂଆ ମାମଲା ।

ଯାହାକୁ ମିଶାଇ ଦେଶରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୧ କୋଟି ୦୧ ଲକ୍ଷ ୨୩ ହଜାର ୭୭୮ରେ ପହଞ୍ଚିଛି ।  ସେପଟେ ଗୋଟିଏ ଦିନରେ ୩୧୨ ଲୋକଙ୍କ ଜୀବନ ନେଇଛି ମହାମାରୀ ।

ଏଥିସହ ମୋଟ ମୃତକଙ୍କ ସଂଖ୍ୟା ୧ ଲକ୍ଷ ୪୬ ହଜାର ୭୫୬ରେ ପହଞ୍ଚିଛି । ସେହିପରି ୨୪ ଘଣ୍ଟାରେ ସୁସ୍ଥ ହୋଇଛନ୍ତି ଆଉ ୨୯ ହଜାର ୭୯୧ ସଂକ୍ରମିତ ।

ସୂଚନାଯୋଗ୍ୟ, ବ୍ରିଟେନ ଫେରନ୍ତା ୨୦ରୁ ଅଧିକ ଯାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ପରେ କେନ୍ଦ୍ର ସରକାରଙ୍କ ଚିନ୍ତା ବଢ଼ିଛି। ସେପଟେ ୧୪ ଦିନ ଭିତରେ ବ୍ରିଟେନରୁ ଆସିଥିବା ଯାତ୍ରୀଙ୍କୁ ଚିହ୍ନଟ ପାଇ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଯାତ୍ରୀଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କ କରୋନା ଟେଷ୍ଟ କରାଯିବ ।

ଉଭୟ ସନ୍ଦିଗ୍ଧ ଓ ସଂକ୍ରମିତଙ୍କୁ ସରକାରୀ ସଂଗରୋଧରେ ରଖାଯିବ। ତେବେ ହୋମ ଆଇସୋଲେସନ ପାଇଁ ଅନୁମତି ମିଳିବ ନାହିଁ ବୋଲି ସ୍ପଷ୍ଟ ନିର୍ଦ୍ଦେଶ ରହିଛି।

Leave a Reply