କମିଶନରେଟ୍ ପୋଲିସ ପାଇଁ କେତେ କଷ୍ଟଦାୟକ ଥିଲା କରୋନା ବର୍ଷ ?

Covid Year 2020 How Much Painfull For Commissionerate Police

ଭୁବନେଶ୍ୱର: ୧୩ ପୂରି ୧୪ ବର୍ଷରେ ପାଦ ଥାପିଛି କମିଶନରେଟ୍ ପୋଲିସ । ବର୍ଷ ସହ ବଢ଼ିଛି କମିଶନରେଟ୍ ପୋଲିସର ଅଭିଜ୍ଞତା । ଟ୍ୱିନ୍ ସିଟିରେ ବଢ଼ୁଥିବା ଅପରାଧିକ କାର୍ଯ୍ୟ କଳାପ ରୋକିବାକୁ ରୋକିବାକୁ ପୋଲିସ ବିଭିନ୍ନ ଉପାୟ ଆପଣାଇଛି । ୨୦୨୦ ବର୍ଷର ଅଭିଜ୍ଞତା ଓ ୨୦୨୧ ବର୍ଷର ଲକ୍ଷ୍ୟ ନେଇ ପ୍ରତିଷ୍ଠା ଦିବସରେ ସୂଚନା ଦେଇଛନ୍ତି ପୋଲିସ କମିଶନର ଡ. ସୁଧାଂଶୁ ଷଡ଼ଙ୍ଗୀ ।

Covid Year 2020 How Much Painfull For Commissionerate Police

ମାର୍ଚ୍ଚରୁ କରୋନା ପାଇଁ ଲକଡାଉନ୍, ସଟଡାଉନ୍ ଲାଗୁ ହୋଇଥିବା ବେଳେ ପରିବାର ଛାଡ଼ି ପୋଲିସ କର୍ମଚାରୀ ଥିଲେ ରାସ୍ତାରେ । ଖରାବର୍ଷାକୁ ଖାତିର୍ ନକରି ଲୋକଙ୍କୁ ପୋଲିସ ସେବା ଯୋଗାଇଥିଲା । ମହାମାରୀ ସମୟରେ ପୋଲିସ ଜନସାଧାରଣଙ୍କ ମଧ୍ୟରେ ଆସ୍ଥା ବୃଦ୍ଧି ପାଇଥିବା କହିଛନ୍ତି ପୋଲିସ କମିଶନର । ପୋଲିସକୁ ନୂଆ ଛବି ମିଳିଛି । ସହାନୁଭୂତି ଓ ସମ୍ବେଦନଶୀଳତାର ସହ କାମ କରୁଛି କମିଶନରେଟ୍ ପୋଲିସ । କରୋନାରେ କମିଶନରେଟ୍ ପୋଲିସର ୭ ଜଣ ଯୋଦ୍ଧା ସହିଦ ହୋଇଥିବା ସିପି ସୂଚନା ଦେଇଛନ୍ତି ।

Covid Year 2020 How Much Painfull For Commissionerate Police

ତେବେ, କରୋନା ସମୟ କମିଶନରେଟ୍ ପାଇଁ କେତେ କଷ୍ଟଦାୟକ ଥିଲା କହିଛନ୍ତି ସିପି । ଗୋଟିଏ ଥାନାର ୩୫ ଜଣ କର୍ମଚାରୀଙ୍କ ମଧ୍ୟରୁ ଏକାସାଙ୍ଗରେ ୨୮ ଜଣଙ୍କୁ କରୋନା ହୋଇଥିଲା । ବାକି ୭ ଜଣ କର୍ମଚାରୀ ଧୈର୍ଯ୍ୟ, ସାହାସର ସହ ଥାନାକୁ ଖୋଲା ରଖିବା ସହ ଜନସାଧାରଣଙ୍କୁ ସେବା ଯୋଗାଇଥିଲେ । କେହି କର୍ମଚାରୀ ଘରକୁ ଯାଇନଥିଲେ । ଏଥିପାଇଁ ପୋଲିସ କମିଶନର ଶ୍ରୀ ଷଡ଼ଙ୍ଗୀ ସମସ୍ତ କର୍ମଚାରୀଙ୍କୁ ଧନ୍ୟବାଦ ଦେଇଛନ୍ତି । ଏଥିସହ ଟ୍ୱିନ୍ ସିଟିବାସୀଙ୍କ ସହଯୋଗକୁ ପ୍ରଶଂସା କରିଛନ୍ତି ପୋଲିସ କମିଶନର ।

Covid Year 2020 How Much Painfull For Commissionerate Police

ପ୍ରତିଷ୍ଠା ଦିବସରେ ପୋଲିସର ମନୋବଳ ବଢ଼ାଇବାକୁ ଭଲ କାର୍ଯ୍ୟ କରିଥିବା କର୍ମଚାରୀଙ୍କୁ କମିଶନରେଟ୍ ପୋଲିସ ପକ୍ଷରୁ ସମ୍ମାନିତ କରାଯାଇଛି । ପୋଲିସ ଡିଜି ଅଭୟ କମିଶନରେଟ୍ ପୋଲିସର କର୍ମଚାରୀଙ୍କୁ ସମ୍ମାନିତ କରିଛନ୍ତି । ପୂର୍ବଭଳି ଆଗକୁ ମଧ୍ୟ ଟ୍ୱିନ୍ ସିଟିବାସୀଙ୍କ ସହଯୋଗରେ କମିଶନରେଟ୍ ପୋଲିସ ଜନସାଧାରଣଙ୍କୁ ଉତ୍ତମ ସେବା ଯୋଗାଇଦେବ ବୋଲି ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି । ୨୦୦୮ ମସିହାରେ କମିଶନରେଟ୍ ପୋଲିସ ପ୍ରତିଷ୍ଠା ହୋଇଥିଲା ।

Leave a Reply