ବଢ଼ୁଛି କରୋନାକୁ ନେଇ ବିପଦ, କଟକଣାକୁ ନମାନି ଡିଜେର ତାଳେ ତାଳେ ନାଚିଲେ ବରଯାତ୍ରୀ

ସମ୍ବଲପୁର: ଏବେବି କରୋନା ପ୍ରକୋପ ଦୂର ହୋଇନାହିଁ, କିନ୍ତୁ ବାରମ୍ବାର ହେଉଛି ନିୟମ ଉଲ୍ଲଂଘନ। ପୋଲିସର ନାକତଳେ ଫୁଟିଲା ବାଣ, ବାଜିଲା ଡିଜେ। କୋଭିଡ୍‌ ଗାଇଡ୍‌ଲାଇନକୁ ଉଲ୍ଲଂଘନ କଲେ ବରଯାତ୍ରୀ। ସମ୍ବଲପୁର ଜିଲ୍ଲା ଗୋଶାଳା ଫାଣ୍ଡି ବଉଦିଆପଡ଼ାରେ ଏଭଳି ଘଟଣା ଘଟିଛି। ଗତକାଲି ରାତି ୯ଟାରୁ ୧୦ଟା ଭିତରେ ବଉଦିଆପଡ଼ାକୁ ବରଯାତ୍ରୀ ଆସିଥିଲେ। ହେଲେ କୋଭିଡ୍‌ କଟକଣା ଭିତରେ ବାହାଘର ତ ଦୂରର କଥା, ଡିଜେ ଓ ବାଣ ରୋଶଣୀରେ କମ୍ପିଥିଲା ଖଣ୍ଡମଣ୍ଡଳ। ଡିଜେର ତାଳେ ତାଳେ ରଙ୍ଗିନ ଆଲୁଅରେ ଝୁମିଥିଲେ ବରଯାତ୍ରୀ।

କେହି କୋଭିଡ୍‌ ନିୟମ ପାଳନ କରିନଥିଲେ। ପାଖରେ ଥିବା ଗୋଶାଳା ଫାଣ୍ଡି ପୋଲିସ ଏହି ଘଟଣାର କେମିତି ଟେର ପାଇଲାନି ତାହା ସବୁଠାରୁ ବଡ ପ୍ରଶ୍ନ ସୃଷ୍ଟି କରିଛି। ବରଯାତ୍ରୀ କେଉଁ ସାହସ ଓ କାହା ବଳରେ ସାଙ୍ଗରେ ଡିଜେ, ରଙ୍ଗୀନ ଆଳୁଅ ଓ ବାଣ ନେଇ ଆସିଥିଲେ ? ପୋଲିସ ଜାଣିକି ଅଜଣା ରହିଲା ନା ମନା କରିବାକୁ ସାହସ ଜୁଟାଇ ପାରିଲାନି, ଏବେ ଏହି ପ୍ରଶ୍ନ ସୃଷ୍ଟି ହୋଇଛି।

Leave a Reply