ସାଧାରଣ ଲୋକଙ୍କ ପାଇଁ ଉପଲବ୍ଧ ହେବ ଋଷିଆ କରୋନା ଟୀକା

1 min read

ନୂଆଦିଲ୍ଲୀ: କରୋନା ଭାଇରସକୁ ନେଇ ଆସିଛି ଗୁରୁତ୍ୱପୂର୍ଣ୍ଣ ଖବର । ଋଷିଆ ସୋମବାରକୁ କୋଭିଡ-୧୯ ବିରୁଦ୍ଧରେ ପ୍ରଥମ ପର୍ଯ୍ୟାୟ ସ୍ପୁଟନିକ ଭି ଟୀକାକୁ ସାଧାରଣ ବ୍ୟବହାର ପାଇଁ ପ୍ରଚାର କରିଛନ୍ତି । ଉକ୍ତ ଭ୍ୟାକସିନ Gamaleya National Research Center of Epidemiology and Microbiology and the Russian Direct Investment Fund (RDIF)  ଦ୍ୱାରା ପ୍ରସ୍ତୁତ କରାଯାଇଛି ।

ଖବର ଅନୁଯାୟୀ ସାଧାରଣ ଲୋକଙ୍କ ପାଇଁ ଉପଲବ୍ଧ ହେବ ଋଷିଆ ପ୍ରସ୍ତୁତ କରୋନା ଟିକା ସ୍ପୁଟନିକ ଭି । ଟିକାର ପ୍ରଥମ ପର୍ଯ୍ୟାୟ ପ୍ରସ୍ତୁତ ହୋଇଥିବା ବେଳେ ଲୋକଙ୍କ ପାଇଁ ଖୁବଶୀଘ୍ର ଉପଲବ୍ଧ ହେବ । ଏହାର କ୍ଲିନିକାଲ ଟ୍ରାଏଲ ଭାରତ ସମେତ ବିଭିନ୍ନ ଦେଶରେ ଆରମ୍ଭ ହେବାକୁ ଯାଉଛି । ରଷିଆନ ଡାଇରେକ୍ଟ ଇନଭେଷ୍ଟମେଣ୍ଟ ଫଣ୍ଡର ସିଇଓ ଏହାକୁ ନେଇ ସୂଚନା ଦେଇଛନ୍ତି ।

ଟିକା ଆସିଲେ କରୋନାକୁ ସମ୍ପୂର୍ଣ୍ଣ ଆୟତ କରିହେବ ବୋଲି ଋଷିଆର ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି । ଭାରତ ସହ ବିଭିନ୍ନ ଦେଶ ଏହି ଟୀକା ଉପରେ ଗବେଷଣା କରିବା ପାଇଁ ପ୍ରସ୍ତାବ ଦେଇଥିଲେ । ଋଷିଆ ପ୍ରସ୍ତାବକୁ ସ୍ୱୀକାର କରିବା ସହ ବିଭିନ୍ନ ଦେଶ ସହ ଟିକାକୁ ଆବଣ୍ଟନ କରିବା ପାଇଁ ଯୋଜନା କରିଛି । ସୂଚନାଯୋଗ୍ୟ ଋଷିଆ ଟିକା ଉପରେ ପ୍ରଥମରୁ ଆମେରିକା ଓ   ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ  ଭରସା କରିନଥିଲେ ।

Leave a Reply