ବାତ୍ୟାରେ ପ୍ରଭାବିତ ହେବାକୁ ଥିବା ଜିଲ୍ଲାରେ ବନ୍ଦ ରହିବ ଟିକାକରଣ

1 min read
Covid Vaccination Will Stop In Cyclone Yass Affected Dist Of Odisha

ଭୁବନେଶ୍ୱର: ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବା ବେଳେ ୨୪ ତାରିଖ ସୁଦ୍ଧା ଏହା ବାତ୍ୟାର ରୂପ ନେବ । ୨୩ ସକାଳେ ଏହା ଅବପାତ ରୂପ ନେଇ ଉତ୍ତର-ଉତ୍ତରପଶ୍ଚିମ ଦିଗକୁ ଗତି କରି ୨୪ ତାରିଖରେ ବାତ୍ୟାରେ ପରିଣତ ହେବ । ପରବର୍ତ୍ତୀ ସମୟରେ ଅଧିକ ଘନୀଭୂତ ହୋଇ ପରବର୍ତ୍ତୀ ୨୪ ଘଣ୍ଟାରେ ଅତି ଭୟଙ୍କର ବାତ୍ୟାରେ ପରିଣତ ହେବ ‘ୟଶ’ । ଉତ୍ତର ବଙ୍ଗୋପସାଗର ନିକଟର ପଶ୍ଚିମବଙ୍ଗ ଓ ସଂଲଗ୍ନ ଉତ୍ତର ଓଡ଼ିଶା ଏବଂ ବାଂଲାଦେଶ ଉପକୂଳ ୨୬ ସକାଳେ ଛୁଇଁବା ପୂର୍ବାନୁମାନ କରାଯାଇଛି ।

ଏଥିସହ ପଢ଼ନ୍ତୁ- ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ, ୨୪ ସୁଦ୍ଧା ନେବ ବାତ୍ୟାର ରୂପ

ବାତ୍ୟାରେ ପ୍ରଭାବିତ ଜିଲ୍ଲାରେ ଟିକାକରଣ ବନ୍ଦ ରହିବ । ଏନେଇ ପରିବାର ଓ କଲ୍ୟାଣ ବିଭାଗ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି । ବାତ୍ୟା ସମୟରେ ମୁଖ୍ୟତଃ ବିଦୁତ ସେବା ବ୍ୟାଘାତ ହୋଇଥାଏ । ଏହାକୁ ଦୃଷ୍ଟିରେ ରଖି ସବୁ ଜିଲ୍ଲା ପ୍ରଶାସନକୁ ଜେନେରେଟର ବ୍ୟବସ୍ଥା କରିବାକୁ କୁହାଯାଇଛି ।

Leave a Reply