କୋଭିସିଲ୍ଡ ଅଭାବ, ୪୫ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କୁ ଦ୍ୱିତୀୟ ଡୋଜ୍ ଦିଆଯିବ କେମିତି ?

Covid Vaccination Stopped In 5 District Of Odisha

ଭୁବନେଶ୍ୱର: ରାଜ୍ୟରେ କରୋନା ଟିକାର ଅଭାବ । ଟିକା ନଥିବା କାରଣରୁ ବିଭିନ୍ନ ଜିଲ୍ଲାରେ ବନ୍ଦ ହେଉଛି ଟିକାକରଣ । ଆଜି ୫ଜିଲ୍ଲାରେ ବନ୍ଦ ରହିବ ଭ୍ୟାକ୍ସିନେସନ୍ । ବୌଦ୍ଧ, ଝାରସୁଗୁଡା, କୋରାପୁଟ, ସମ୍ବଲପୁର ଓ ସୋନପୁର ଜିଲ୍ଲରେ ଟିକାକରଣ ବନ୍ଦ ରହିବ । ଗତକାଲି ରାଜ୍ୟରେ ଟିକାର ଅଭାବ ଯୋଗୁ ୧୨ଟି ଜିଲ୍ଲାରେ ଟିକାକରଣ ବନ୍ଦ ରହିଥିଲା ।

୪୫ ବର୍ଷରୁ ଊର୍ଦ୍ଧ୍ୱ ବୟସ୍କଙ୍କୁ ଦିଆଯାଉଥିବା କୋଭିସିଲ୍ଡ ଟିକାର ଅଭାବ ଦେଖା ଦେଇଛି । ଏପରିକି ଟିକା ଅଭାବରୁ କୋଭିସିଲ୍ଡର ଦ୍ବିତୀୟ ଡୋଜ୍ ଦିଆଯାଇ ପାରିବ ନାହିଁ । ଦ୍ୱିତୀୟ ଡୋଜ୍ ଟିକାକରଣ ପାଇଁ ୬.୩ ଲକ୍ଷ ଡୋଜ୍ ଆବଶ୍ୟକ ଅଟେ । ତେବେ ରାଜ୍ୟରେ ଏବେ ୧ ଲକ୍ଷ ୬ ହଜାର ୬୬୦ କୋଭିସିଲ୍ଡ ଟିକା ଅଛି ।

ରାଜ୍ୟରେ ଯେତିକି ପରିମାଣର ଟିକା ଅଛି ତାହା ଯଥେଷ୍ଟ ନୁହେଁ । ଯଦି ରବିବାର ମଧ୍ୟରେ ଅଧିକ କୋଭିସିଲ୍ଡ ଟିକା ନ ଆସେ, ତେବେ ସୋମବାରରୁ ସମସ୍ତ ଜିଲ୍ଲାରେ ଟିକାକରଣ ବନ୍ଦ ହେବାର ଆଶଙ୍କା ସୃଷ୍ଟି ହୋଇଛି ।

Leave a Reply