କରୋନା ଟିକାକରଣକୁ ବର୍ଷେ ଲାଗିବ: ସ୍ୱାସ୍ଥ୍ୟକର୍ମୀଙ୍କ ପରେ ପର୍ଯ୍ୟାୟ କ୍ରମେ ସାମିଲ ହେବେ ଅନ୍ୟ ବର୍ଗ

ଭୁବନେଶ୍ୱର: କରୋନା ଟିକାକରଣ ପାଇଁ ବର୍ଷେ ଲାଗିବ । ଟିକାକରଣ ପାଇଁ ସମନ୍ୱୟ କମିଟି ଗଠନ କରିବା ଲାଗି ରାଜ୍ୟକୁ କେନ୍ଦ୍ର ପରାମର୍ଶ ଦେଇଛି । ସ୍ୱାସ୍ଥ୍ୟକର୍ମୀଙ୍କଠାରୁ ଆରମ୍ଭ କରି ପର୍ଯ୍ୟାୟକ୍ରମେ ଏକାଧିକ ବର୍ଗ ଟିକାକରଣରେ ସାମିଲ ହେବେ । ଏଥିପାଇଁ ୩ଟି କମିଟି ଓ ଟାସ୍କଫୋର୍ସ ଗଢ଼ିବାକୁ କେନ୍ଦ୍ର କହିଛି । ତେବେ ରାଜ୍ୟରେ କମିଟି ଗଠନ ସହ ଡାଟାବେସ୍‌ ପ୍ରସ୍ତୁତ ହୋଇଥିବା କହିଛି ଆଇ୍‌ଏଲ୍‌ଏସ୍‌ । ସେପଟେ କରୋନାର ଦ୍ୱିତୀୟ ଲହରୀ ପାଇଁ ସଚେତନ ରହିବାକୁ ବିଶେଷଜ୍ଞ କହିଛନ୍ତି ।

Past Vaccine Failures May Reduce COVID-19 Vaccination Rates | BioSpace

ଆସୁଛି କରୋନା ଟିକା । ଟିକାକରଣ ପାଇଁ ପ୍ରସ୍ତୁତି ଜୋରଦାର । ଟିକା ବଣ୍ଟନରେ ସମନ୍ୱୟ ରକ୍ଷା ପାଇଁ ଗଠନ ହେବ ୩ଟି କମିଟି ଓ ଟାସ୍କଫୋର୍ସ । ରାଜ୍ୟକୁ କେନ୍ଦ୍ର ଦେଲା ପରାମର୍ଶ । ବର୍ଷେ ଚାଲିବ ଟିକାକରଣ ଅଭିଯାନ । କରୋନା ଟିକା ଆସିବା ପରେ କେମିତି ଦିଆଯିବ? ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି କେନ୍ଦ୍ର ଓ ରାଜ୍ୟ ସରକାର । କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ରାଜେଶ ଭୂଷଣ କରୋନା ଟିକାକରଣ ପାଇଁ ସମନ୍ୱୟ କମିଟି ଗଠନ ଲାଗି ରାଜ୍ୟକୁ ପ୍ରସ୍ତାବ ଦେଇଛନ୍ତି । ପ୍ରସ୍ତାବ ଅନୁସାରେ, ୩ଟି କମିଟି ଗଠନ ହେବ । ପ୍ରଥମ କମିଟି ମୁଖ୍ୟ ଶାସନ ସଚିବଙ୍କ ଅଧ୍ୟକ୍ଷତାରେ ରାଜ୍ୟ ଷ୍ଟିୟରିଂ କମିଟି, ଦ୍ୱିତୀୟ ସ୍ୱାସ୍ଥ୍ୟ ସଚିବଙ୍କ ଅଧ୍ୟକ୍ଷତାରେ ରାଜ୍ୟ ଟାସ୍କ କମିଟି ଓ ତୃତୀୟଟି ଜିଲ୍ଲାପାଳଙ୍କ ନେତୃତ୍ୱରେ ଜିଲ୍ଲା ଟାସ୍କଫୋର୍ସ  ଗଠନ ହେବ ।  ଏସବୁ କମିଟି ଓ ଟାସ୍କଫୋର୍ସ ଟିକାକରଣର ତଦାରଖ କରିବେ । ଏନେଇ କେନ୍ଦ୍ର ଚିଠି ଲେଖିବା ପରେ ରାଜ୍ୟ ପ୍ରସ୍ତୁତ ଥିବା ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡ଼ା କହିଛନ୍ତି । କାହାକୁ ପ୍ରାଥମିକତା ଦେଇ ଟିକା ଦିଆଯିବ, ସେନେଇ ରାଜ୍ୟ ଡାଟାବେସ୍‌ ପ୍ରସ୍ତୁତ କରିଛି । କେନ୍ଦ୍ର ଓ ରାଜ୍ୟ ସରକାର କରୋନା ଟିକା ଆସିବା ପୂର୍ବରୁ ପଦକ୍ଷପ ନେଇଥିବାରୁ ସେ ସ୍ୱାଗତ କରିଛନ୍ତି ।

ସାରୁଆ ଜମି କେଳେଙ୍କେରୀ : ଓଟିଭି ସିଏଫଓ ମନୋରଞ୍ଜନ ଷଡ଼ଙ୍ଗୀ ଗିରଫ, କୋର୍ଟରେ ହେଲେ ହାଜର

ପ୍ରଥମେ ସ୍ୱାସ୍ଥ୍ୟକର୍ମୀଙ୍କୁ କରୋନା ଟିକା ଦିଆଯିବ । ପର୍ଯ୍ୟାୟକ୍ରମେ ବିଭିନ୍ନ ବର୍ଗକୁ ଦିଆଯିବ । ଟିକାକରଣ ବର୍ଷେରୁ ଅଧିକ ସମୟ ଲାଗିବାର ସମ୍ଭାବନାକୁ ଦୃଷ୍ଟିରେ ରଖି ଏପରି ଆଗୁଆ ପଦକ୍ଷପ ନେଇଛନ୍ତି ଉଭୟ ରାଜ୍ୟ ଓ କେନ୍ଦ୍ର । ସେପଟେ ବିଭିନ୍ନ ଦେଶରେ କରୋନାର ଦ୍ୱିତୀୟ ଲହରୀ ଆସିଥିବାରୁ ଏନେଇ ଅଧିକ ସଚେତନ ରହିବାକୁ ବିଷେଷଜ୍ଞ ପରାମର୍ଶ ଦେଇଛନ୍ତି । ନୂଆବର୍ଷରେ ନୂଆଆଶା ସଞ୍ଚାର କରିବ କରୋନା ଟିକା । ତେଣୁ ଟିକାକରଣ ପ୍ରକ୍ରିୟା ତଦାରଖ ପାଇଁ ରାଜ୍ୟ ଓ ଜିଲ୍ଲାସ୍ତରରେ ସମନ୍ୱୟ ରକ୍ଷାକୁ ଗୁରୁତ୍ୱ ଦିଆଯାଉଛି  ।

Leave a Reply