spot_img

Latest Posts

ଆଜିଠାରୁ ୪୫ ବର୍ଷରୁ ଅଧିକ ବୟସ୍କଙ୍କୁ ଦିଆଯିବ କରୋନା ଟିକା

ନୂଆଦିଲ୍ଲୀ: ଗୋଟିଏ ପଟେ କରୋନା ସଂକ୍ରମଣ ବଢିବାରେ ଲାଗିଛି, ଅନ୍ୟପଟେ ଭୂତାଣୁକୁ ଚେକ୍ ଦେବା ପାଇଁ ସରକାର ଟିକାକରଣ ଅଭିଯାନକୁ ଜୋରଦାର କରିଛନ୍ତି। ଆଜିଠାରୁ ୪୫ ବର୍ଷରୁ ଅଧିକ ବୟସ୍କ ଲୋକଙ୍କୁ ଦିଆଯିବ କରୋନା ଟିକା। ଏ ନେଇ ସାର୍ଟିଫିକେଟର ଆବଶ୍ୟକତା ପଡ଼ିବ ନାହିଁ । ଆଜି ଓ ଆସନ୍ତା ୨ ତାରିଖ ଉତ୍କଳ ଦିବସ ଓ ଗୁଡ୍ ଫ୍ରାଇ ଡେ’ ପାଇଁ ଛୁଟି ଥିଲେ ବି ଟିକାକକରଣ ଅଭିଯାନ ଚାଲୁ ରହିବ।

ଅନୁଗୁଳ, କଳାହାଣ୍ଡି, ନୂଆପଡ଼ା, ବଲାଙ୍ଗୀର, ମୟୂରଭଞ୍ଜ, ନବରଙ୍ଗପୁର, କେନ୍ଦୁଝର, ସୋନପୁର, ସୁନ୍ଦରଗଡ଼ ଭଳି ୯ଟି ଜିଲ୍ଲାରେ ଟୀକାକରଣକୁ ଗୁରୁତ୍ୱ ଦିଆଯିବ। ଅଧିକ ଲୋକଙ୍କ ସଂସ୍ପର୍ଶରେ ଆସୁଥିବା ଷ୍ଟ୍ରିଟ ଭେଣ୍ଡର, ସେଲୁନ, ଗୁପଚୁପ ଦୋକାନୀ, ଶିକ୍ଷକ ମାନଙ୍କୁ ଟିକା ଦିଆଯିବ, ଦୈନିକ ୨ ଲକ୍ଷ ଟିକାକରଣ ପାଇଁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର । ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ସଂଖ୍ୟା ବଢିବାରେ ଲାଗିଛି । ଏହାକୁ ନଜରରେ ରଖି ବାହାର ରାଜ୍ୟରୁ ଆସୁଥିବା ଯାତ୍ରୀଙ୍କ ଉପରେ କଡ଼ା ନଜର ରଖାଯାଇଛି । ବିଶେଷକରି ବିମାନବନ୍ଦରରେ ନିୟମ କଡାକଡି କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ସରକାର ।

Latest Posts

Don't Miss