ଭ୍ୟାକ୍ସିନ୍ ଅଭାବ ପାଇଁ ବାଲେଶ୍ୱର, ମୟୂରଭଞ୍ଜରେ ଭ୍ୟାକ୍ସିନ ଟିକାକରଣ ବନ୍ଦ

Covishield Shortage In Odisha, Vaccination Stopped In 11 District

ବାଲେଶ୍ୱର/ବାରିପଦା: ସଂକ୍ରମଣ ବଢ଼ୁଛି ଅଥଚ ଟିକା ଅଭାବ ଟଳୁନି । କୋଭିଡ୍ ଅରେଞ୍ଜ ଜୋନରେ ଥିବା ବାଲେଶ୍ୱର ଓ ରେଡ୍ ଜୋନରେ ଥିବା ମୟୂରଭଞ୍ଜ ଜିଲ୍ଲା ଟିକା ଅଭାବ ଦେଖା ଦେଇଛି । ଫଳରେ ଉଭୟ ଜିଲ୍ଲାରେ ଠପ୍ ହୋଇଯାଇଛି କୋଭିଡ୍ ଟିକାକରଣ । ବାଲେଶ୍ୱର ଜିଲ୍ଲାରେ ମୋଟ ୭୦ଟି କେନ୍ଦ୍ରରେ କୋଭିଡ୍ ଟିକାକରଣ ବ୍ୟବସ୍ଥା ହୋଇଥିବା ବେଳେ ଭ୍ୟାକ୍ସିନ୍ ନଥିବାରୁ ୬୪ଟି କେନ୍ଦ୍ର ବନ୍ଦ ରହିଛି ।

Covid Vaccination Centres Closed In Balasore And Mayurbhanj

ଫଳରେ ଟିକା ନେବାକୁ ଆସି ଲମ୍ବା ଲାଇନରେ ଛିଡ଼ା ହୋଇଥିବା ଲୋକଙ୍କୁ ନିରାଶ ହେବାକୁ ପଡ଼ିଛି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସହ ଅନ୍ୟ ଟିକାକରଣକୁ ମଧ୍ୟ ବନ୍ଦ କରାଯାଇଛି । ଟିକାର ଅଭାବ ଯୋଗୁଁ ପ୍ରଥମେ କେବଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଓ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଟିକାକରଣ ଚାଲିଥିଲା । ହେଲେ ଜିଲ୍ଲାରେ ମାତ୍ର ୬ଟି କେନ୍ଦ୍ରରେ ୩୨୦ ଡୋଜ୍ ଟିକା ଥିବାରୁ ଅନ୍ୟ ସେଣ୍ଟର ଗୁଡ଼ିକୁ ବନ୍ଦ କରାଯାଇଛି ।

Covid Vaccination Centres Closed In Balasore And Mayurbhanj

ଅନ୍ୟପଟେ କୋଭିଡ୍ ରେଡ୍ ଜୋନରେ ଥିବା ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ କୋଭିଡ୍ ଟିକାକରଣ ଏକପ୍ରକାର ଠପ୍ ହୋଇଯାଇଛି । ଟିକାର ଅଭାବ ଯୋଗୁଁ ବନ୍ଦ ହୋଇଛି କେନ୍ଦ୍ର । ଜିଲ୍ଲାରେ ମୋଟ ୭୨ ଟିକାକରଣ କେନ୍ଦ୍ର ମଧ୍ୟରୁ କେବଳ ରାଇରଙ୍ଗପୁର ଉପଖଣ୍ଡରେ ରହିଥିବା ସ୍ୱଳ୍ପ ସଂଖ୍ୟକ କେନ୍ଦ୍ରରେ ଟିକା ଦିଆଯାଉଛି ।

Leave a Reply