କରୋନା ଭୟ, ଘରୋଇ ହସ୍ପିଟାଲକୁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଲେ ଏସିଏସ୍
1 min readଭୁବନେଶ୍ୱର: କରୋନା ଦ୍ୱିତୀୟ ଲହରକୁ ଦୃଷ୍ଟିରେ ରଖି ପଦକ୍ଷେପ ପାଇଁ ନିର୍ଦ୍ଦେଶ ନିଆଯାଇଛି । ଏଥିସହିତ ସବୁ ଜିଲ୍ଲାପାଳ, ମୁନିସିପାଲ କମିଶନର ସିଡିଏମଓ, ପିଏଚଓଙ୍କୁ ଚିଠି ଲେଖିଛନ୍ତି ଏସିଏସ୍ ପ୍ରଦୀପ୍ତ ମହାପାତ୍ର । ଆବଶ୍ୟକ ବେଡ୍, ଅକ୍ସିଜେନ ମହଜୁଦ ରଖିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।
ଆଇସୋଲେସନ ବେଡ ବ୍ୟବସ୍ଥା କରିବାକୁ କୁହାଯାଇଛି । ଡାଏଲିସିସ୍, ଲେବର ରୁମ୍, ICU, HDUରେ ବ୍ୟବସ୍ଥା ସହ ଜିଲ୍ଲାର ସବୁ ଘରୋଇ ହସ୍ପିଟାଲକୁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦିଆଯାଇଛି। ଫ୍ଲାଭିପିରାଭିର ଓ ରେମଡିସିଭିର ମେଡିସିନ ମହଜୁଦ ରଖିବାକୁ ଏସିଏସ୍ ପ୍ରଦୀପ୍ତ ମହାପାତ୍ର ଚିଠି ଲେଖିଛନ୍ତି।
ଉଲ୍ଲେଖଯୋଗ୍ୟ, ରାଜ୍ୟରେ ଟିକାକରଣ ଜାରି ରହିଥିବା ବେଳେ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ମଙ୍ଗରାଜ ଶୁକ୍ରବାର ଦିନ କରୋନା ଟିକା ନେଇଛନ୍ତି । ଏନେଇ ସେ ସୂଚନା ଦେଇ କହିଛନ୍ତି, ‘‘ମୁଁ କରୋନାର ପ୍ରଥମ ଡାେଜ ନେଇଛି । ଏଥିସହିତ ସମସ୍ତଙ୍କୁ ଟିକା ନେବା ପାଇଁ ସେ ଅପିଲ୍ କରିଛନ୍ତି’’ ।
I took my first dose of #COVID19 vaccine today. I appeal to all the eligible people of #Odisha to take vaccine as soon as possible. pic.twitter.com/dWLSY6cjDa
— Manas Mangaraj (@manasrmangaraj) April 2, 2021
ଏହା ପୂର୍ବରୁ ଗତ ମାର୍ଚ୍ଚ ୧ରେ ବିଧାନସଭା ଡିସ୍ପେନ୍ସାରିରେ କୋଭାକ୍ସିନ ଟିକା ନେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେହିପରି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍, ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସମେତ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ଗୃହ ମନ୍ତ୍ରୀ ଅମିତ ଶାହ, ଉପ-ରାଷ୍ଟ୍ରପତି ଭେଙ୍କେୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଅନେକ ନେତା ତଥା ମନ୍ତ୍ରୀ ଟିକା ନେଇସାରିଛନ୍ତି।