ଭୁବନେଶ୍ବର : କାୟା ମେଲାଇଲାଣି କରୋନା। ମାମଲା ବଢ଼ିବା ସହ ରାଜ୍ୟର ୭ ଜିଲ୍ଲାକୁ ବ୍ୟାପିଲା ସଂକ୍ରମଣ। ଏହି ଜିଲ୍ଲା ଗୁଡିକ ହେଲା ଖୋର୍ଦ୍ଧା, କଟକ, ପୁରୀ, ବାଲେଶ୍ୱର, ଜଗତସିଂହପୁର, କେନ୍ଦୁଝର ଓ ସୁନ୍ଦରଗଡ଼। ୨୪ ଘଣ୍ଟାରେ ରାଜ୍ୟରେ ଆଉ ୭ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ କରୋନା ସଂକ୍ରମଣ ୪୫ରେ ପହଞ୍ଚିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୧୨ ଜଣ ସୁସ୍ଥ ହୋଇ ଫେରିଥିବା ବେଳେ, ଆକ୍ଟିଭ କେଶ୍ ୩୩ ରହିଛି। ସେହିପରି ଗତ ୨୪ ଘଣ୍ଟାରେ ଦେଶରେ ୩୭୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ମୋଟ ମାମଲା ୬ ହଜାର ୧୩୩ ଥିବା ବେଳେ, ଏଯାଏଁ ୬୫ ଜଣଙ୍କର ଗଲାଣି ଜୀବନ।

