ରାଜ୍ୟରେ କରୋନା ରୋଗୀଙ୍କୁ ମାଗଣାରେ ମିଳିବ ଡିଆରଡିଓ ବିକଶିତ ୨-ଡିଜି ଔଷଧ

1 min read

ଭୁବନେଶ୍ୱର: କରୋନା ମୁକାବିଲା ଦିଗରେ ଆଉ ପାଦେ ଆଗେଇଲେ ରାଜ୍ୟ ସରକାର । ଡିଆରଡିଓ ଅନୁମତିପ୍ରାପ୍ତ ୨-ଡିଜି ଔଷଧକୁ ମାଗଣାରେ ଯ଼ୋଗାଇବେ ରାଜ୍ୟ ସରକାର  । ଏଥିପାଇଁ ୫ହଜାର ୨-ଡିଜି ପାଉଚ୍ ଅର୍ଡର ଦେଇଛନ୍ତି ରାଜ୍ୟ ସରକାର ।  ସମସ୍ତ ସରକାରୀ ହସ୍ପିଟାଲକୁ ଏହି କରୋନା ଔଷଧ ଯୋଗାଇ ଦିଆଯିବ । ଚିକିତ୍ସିତ ହେଉଥିବା ରୋଗୀଙ୍କୁ ମାଗଣାରେ ଏହି ଔଷଧ ମିଳିବ ।  ଜୁନ୍ ୧୦ରେ ବଜାରରେ ଉପଲବ୍ଧ ହେବ ୨ଡିଜି । ଅଗ୍ରାଧିକାର ଭିତ୍ତିରେ ରାଜ୍ୟ କିପରି ଏହି ଔଷଧ ପାଇବ, ସେନେଇ ସ୍ବାସ୍ଥ୍ୟବିଭାଗ ତତ୍ପରତା ପ୍ରକାଶ କରିଛି । କମ୍ପାନୀଙ୍କ ସହ ଆଲୋଚନା ଜାରି ରଖି ତୁରନ୍ତ କିପରି ରାଜ୍ୟ ପାଇବ ସେଦିଗରେ ସ୍ବାସ୍ଥ୍ୟ ବିଭାଗ ପ୍ରୟାସ ଜାରି ରଖିଛି । ଔଷଧ ଉତ୍ପାଦନ କରୁଛି ଡକ୍ଟର ରେଡ୍ଡୀ ଲ୍ୟାବ୍  । ଗତକାଲି ୨-ଡିଜି ଗୋଟିଏ ପାଉଚ୍‌ର ମୂଲ୍ୟ ୯୯୦ଟଙ୍କା ଧାର୍ଯ୍ୟ କରାଯାଇଛି । ତେବେ ସରକାରୀ ମେଡିକାଲରେ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ନିଜ ନିଜ ଡିସକାଉଣ୍ଟ ପ୍ରାଇସ୍‌ରେ ଏହାକୁ ରୋଗୀଙ୍କୁ ଦେଇପାରିବେ । ତେବେ କେନ୍ଦ୍ର ସରକାରଙ୍କ ଏ ସମ୍ପର୍କିତ କୌଣସି ଘୋଷଣା ପୂର୍ବରୁ ରାଜ୍ୟରେ ମାଗଣାରେ ଏହି ଔଷଧ ରୋଗୀଙ୍କୁ ଦିଆଯିବା ନେଇ ଘୋଷଣା କରିଛନ୍ତି ରାଜ୍ୟ ସରକାର । ପୂର୍ବରୁ ମଧ୍ୟ କରୋନା ମୁକାବିଲା ଦିଗରେ ବେଶ ତତ୍ପରତା ପ୍ରକାଶ କରିଛନ୍ତି ରାଜ୍ୟ ସରକାର । ସମସ୍ତ ରାଜ୍ୟବାସୀଙ୍କୁମାଗଣା ଟିକା ଯୋଗାଇଦେବା ନେଇ ଘୋଷଣା କରିବା ସହ ଅଧିକ ଟିକା ସଂଗ୍ରହ ନେଇ ଗ୍ଳୋବାଲ୍ ଟେଣ୍ଡର ପାଇଁ ଆହ୍ୱାନ କରିଛନ୍ତି ।

ଏଥିସହିତ ପଢ଼ନ୍ତୁ: କରୋନା ଔଷଧ ୨-ଡିଜିର ମୂଲ୍ୟ ନିର୍ଦ୍ଧାରିତ: ଜାଣନ୍ତୁ କେତେ ଟଙ୍କାରେ ମିଳିବ ଔଷଧ

Leave a Reply