AIIMSରେ କରୋନା ରୋଗୀଙ୍କ ଆତ୍ମହତ୍ୟା ସନ୍ଦେହ, ବାଥରୁମରୁ ଝୁଲନ୍ତା ମୃତ ଦେହ ଉଦ୍ଧାର

1 min read

ପାଟଣା: ଆଜି ପାଟଣା ଏମ୍ସ ହସ୍ପିଟାଲରେ କରୋନା ପଜିଟିଭ ରୋଗୀଙ୍କ ଆତ୍ମହତ୍ୟା ମାମଲା ସାମ୍ନାକୁ ଆସିଛି। ଯୁବକଙ୍କର ମୃତଦେହ AIIMS କୋଭିଡ୍-୧୯ ୱାର୍ଡର ବାଥରୁମରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି । ପୋଲିସ ସୂଚନାନୁସାରେ, ଯୁବକ ଜଣକ ଗାମୁଛାରେ ଫାସି ଲଗାଇ ଆତ୍ମହତ୍ୟା କରିଛନ୍ତି। ମୃତଦେହ ଉଦ୍ଧାର କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁଯାୟୀ, ସିୱାନର ବାସିନ୍ଦା ବିରେନ୍ଦ୍ର ଶାହାଙ୍କ ପିତା ମୁନିଲାଲ ଶାହାଙ୍କୁ ଚିକିତ୍ସା ପାଇଁ ଅକ୍ଟୋବର ୭ ତାରିଖରେ ପାଟଣା AIIMSରେ ଭର୍ତ୍ତି କରାଯାଇଥିଲା। ତେବେ ବାପାଙ୍କ ଚିକିତ୍ସା ପାଇଁ ଡାକ୍ତରଖାନା ଯାଇଥିଲେ ବିରେନ୍ଦ୍ର । ଏବଂ ପରେ ସେଠାରେ  ସେ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ପ୍ରାୟ ୧୩ ଦିନରୁ ପାଟଣା AIIMSରେ ତାଙ୍କ ଚିକିତ୍ସା କରାଯାଉଥିଲା । AIIMS ଡାକ୍ତରଖାନାର ମ୍ୟାନେଜର ତାଙ୍କ ଆତ୍ମହତ୍ୟା ନେଇ ଥାନାକୁ ସୂଚନା ଦେଇଥିଲେ ।

ଥାନାକୁ ଏହି ଘଟଣା ସମ୍ପର୍କରେ ସୂଚନା ଦିଆଯିବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଏହା ପରେ ଫୁଲୱାରୀ ପୋଲିସ ପାଟଣା AIIMSରେ ଯାଞ୍ଚ ଜାରି ରଖିଛି । ବିରେନ୍ଦ୍ର ଶାହାଙ୍କ ଆତ୍ମହତ୍ୟାର କାରଣ ଏଯାଏଁ ସ୍ପଷ୍ଟ ହୋଇନାହିଁ । ତେବେ କେଉଁ ପରିସ୍ଥିତିରେ ପଡ଼ି ସେ AIIMS ବାଥରୁମରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି ସେନେଇ ତଦନ୍ତ କରାଯାଉଛି।

Leave a Reply