ଏଏନ୍‌ଏମ୍‌ ନିଯୁକ୍ତି ପାଇଁ ଆବେଦନ ବେଳେ ଭାଙ୍ଗିଲେ କୋଭିଡ୍‌ କଟକଣା

ANM

ବଲାଙ୍ଗିର: ବଲାଙ୍ଗିରରେ କୋଭିଡ୍‌ ନିୟମର ଖୋଲା ଖୋଲି ଉଲଙ୍ଘନ । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ସାମ୍ନାରେ କୋଭିଡ୍‌ ନିୟମକୁ ଫୁ । ଗହଳି ଏମିତି ରହିଥିଲା ଯେ, ପିମ୍ପୁଡ଼ି ଟିଏ ଗଳି ଯିବାକୁ ମଧ୍ୟ ରାସ୍ତା ନଥିଲା । କୋଭିଡ୍‌ ନିୟମ ଅନୁଯାୟୀ ଦୁଇ ବ୍ୟକ୍ତିଙ୍କ ମଧ୍ୟରେ ୬ ଫୁଟ ଦୂରତା ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । କିନ୍ତୁ ଏଠି ୬ ଇଞ୍ଚ ବି କାହା ମଧ୍ୟରେ ଦୂରତା ପରିଲକ୍ଷିତ ହେଉନଥିଲା ।

କାହା ମୁହଁରେ ମାସ୍କ ଅଛି ତ କାହା ମୁହଁରେ ମାସ୍କ ନାହିଁ । ସାମାଜିକ ଦୂରତା କଥା ନକହିବା ଭଲ । ରାଜ୍ୟରେ କରୋନା ସଂକ୍ରମଣ ବୃଦ୍ଧି ପାଉଥିବା ବେଳେ ଏ ଚିତ୍ର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ସ୍ୱାସ୍ଥ୍ୟ ସେବାରେ ଏଏନ୍‌ଏମ୍‌ ନିଯୁକ୍ତି ପାଇଁ ଆବେଦନ ବେଳେ ଲାଗିଥିଲା ଏଭଳି ଭିଡ଼ । ସିଡିଏମ୍‌ଓ ଅଫିସ୍‌ ଆଗରେ ଲାଗିଥିଲା ଅମାନିଆ ଆଶାୟୀଙ୍କ ମେଳି ।

ଆଉ ସବୁ ଦେଖି ବି ଚୁପ ରହିଥିଲେ ସ୍ୱାସ୍ଥ୍ୟ ବିଭାଗର କର୍ମଚାରୀ । ଜିଲ୍ଲାର ୩୧୪ ପଞ୍ଚାୟତରେ ଏଏନ୍‌ଏମ ନିଯୁକ୍ତି ପାଇଁ ଆବେଦନ କରିଥିବା ଯୋଗ୍ୟ ବିବେଚିତ ପ୍ରାର୍ଥୀ ସେମାନଙ୍କ କାଗଜପତ୍ର ଯାଞ୍ଚ ପାଇଁ ଜମାଇଥିଲେ ଏଭଳି ଭିଡ଼ । ଶୀଘ୍ର କାମ ସାରି ଯିବାକୁ ସମସ୍ତଙ୍କ ଭିତରେ ଲାଗିଥିଲା ରେସ୍‌ । ଏହାରି ଭିତରେ କୋଭିଡ୍‌ ନିୟମକୁ ଉଲଂଘନ କରି ଚାଲିଥିଲେ ।

ସେପଟେ ବଲାଙ୍ଗିର ସିଡିଏମଓ ଅଫିସରେ ଏପରି ଦାୟିତ୍ୱହୀନ କାର୍ଯ୍ୟକୁ ଆଶାୟୀ ଓ ଅଭିଭାବକ ନିନ୍ଦା କରିଛନ୍ତି । ସିଡିଏମଓଙ୍କ କହିବା କଥା ଆବେଦନକାରୀଙ୍କୁ ନିୟମ ମାନିବାକୁ ଅନୁରୋଧ କରାଯାଇଥିଲେ ସୁଦ୍ଧା କେହି ଶୁଣୁନଥିବା ସେ ପାଲଟା ଅଭିଯୋଗ ଆଣିଛନ୍ତି ।

Leave a Reply