ଭୂତାଣୁ ଭୟ ଠୁ ବଳିଗଲା ଆମିଷ ଲୋଭ୍: କଟକଣାକୁ ଭୁଲି ବୋହିନେଲେ ଆମିଷ

1 min read

ରାଉରକେଲା: ୧୪ଦିନ ପାଇଁ ଲକ୍‌ଡାଉନ୍‌ ରାଉରକେଲା ସହର । ରାଉରକେଲା ମହାନଗର ନିଗମ ଅଞ୍ଚଳ ସହିତ ରାଉରକେଲା ଇସ୍ପାତ ସହରାଞ୍ଚଳରେ ୧୪ ଦିନିଆ ଲକଡାଉନ ଜାରି ରହିଛି। ସହରର ଵିଭିନ୍ନ ସ୍ଥାନରେ ୮ ପ୍ଲାଟୁନ ପୋଲିସ ଫୋର୍ସଙ୍କୁ ମୁତୟନ କରାଯାଇ ପୋଲିସ ପକ୍ଷରୁ ଯାଞ୍ଚ ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲେ ମଧ୍ୟ କିଛି ଅମାନିଆ ନିୟମ ପାଳନ ନକରି ଅଯଥାରେ ଗାଡି ଧରି ବୁଲୁଥିବା ଦେଖିବାକୁ ମିଳୁଛି ।

ସହରର ବିଭିନ୍ନ ମାଛ ମାର୍କେଟ ଓ ମାଛ ମାର୍କେଟରେ ଆଜି ସକାଳୁ ପ୍ରଵଳ ଗହଳି ଲାଗିଥିବା ବେଳେ ମାଛ ମାର୍କେଟରେ ସାମାଜିକ ଦୂରତ୍ୱ ନିୟମକୁ କିଛି ଅମାନିଆ ଫୁ’ କରିଥିବା ଦେଖିବାକୁ ମିଳିଛି । ରାଉରକେଲା ସହରର ଡେଲି ମାର୍କେଟ ମାଛ ମାର୍କେଟରେ ମାଛ କିଣି ନେବା ପାଇଁ ଭିଡ଼ ଲାଗି ରହିଛି ।

ସୂଚନା ଯୋଗ୍ୟ ଯେ, ରାଜ୍ୟରେ ଚିହ୍ନଟ ହେଉଥିବା କରୋନା ସଂକ୍ରମିତଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ୪ ଜିଲ୍ଲା ଓ ଗୋଟିଏ ମ୍ୟୁନସିପାଲଟି କର୍ପୋରେସନ୍‌ରେ ଲକ୍‌ଡାଉନ୍ ଜାରି କରାଯାଇଛି । ସୁନ୍ଦରଗଡ଼ ଜିଲ୍ଲାରୁ ଚିହ୍ନଟ ହେଉଥିବା ସଂକ୍ରମିତଙ୍କ ମଧ୍ୟରୁ ପ୍ରାୟ ୯୯ ପ୍ରତିଶତ ସଂକ୍ରମିତ ରାଉରକେଲା ସହରରୁ ହେଉଥିବାରୁ ସମଗ୍ର ସହରାଞ୍ଚଳରେ ରାଜ୍ୟ ପ୍ରଶାସନ ପକ୍ଷରୁ ଲକ୍‌ଡାଉନ୍ ଲାଗୁ କରାଯାଇଛି ।

https://www.facebook.com/NandighoshaTV/videos/578201556203827/

ତେବେ ଏହି ସମୟ ମଧ୍ୟରେ ସକାଳ ୬ଟାରୁ ଦିନ ୧ଟା ଯାଏଁ ଗ୍ରୋସରୀ ସାମଗ୍ରୀ ଦୋକାନ, କ୍ଷୀର ଓ ଆମିଷ ଦୋକାନ ଖୋଲିବାକୁ ଅନୁମତି ଦିଆଯାଇଛି । କିନ୍ତୁ ନିକଟସ୍ଥ ଦୋକାନକୁ ଚାଲିଚାଳି ଯାଇ ସଉଦା କରିବାକୁ ପରାମର୍ଶ ଦିଆଯିବା ସହ ସାମାଜିକ ଦୂରତ୍ୱକୁ ପାଳନ କରିବାକୁ କୁହାଯାଇଛି । କିନ୍ତୁ ରାଉରକେଲା ସହରରେ ଆଜି ଏଥିରେ ବ୍ୟତିକ୍ରମ ଦେଖିବାକୁ ମିଳିଛି । ରବିବାର ହୋଇଥିବାରୁ ଆମିଷ କିଣିବାକୁ ରାଉରକେଲା ମାଛ ମାର୍କୋଟରେ ଦେଖିବାକୁ ମିଳିଥିଲା  ଭିଡ଼ ।

Leave a Reply