ଜଗା ଦର୍ଶନ ପାଇଁ ଦରକାର ନାହିିଁ କୋଭିଡ ପ୍ରମାଣପତ୍ର

ପୁରୀ: କାଳିଆ ପାଖରେ ହାରିଲା କୋଭିଡ । ଜଗା ଦର୍ଶନରେ ବାଧକ ସାଜିପାରିବନି ଅଦୃଶ୍ୟ ଭୂତାଣୁ  ।  କୋହଳ ହୋଇଛି ମହାପ୍ରଭୁଙ୍କ ଦର୍ଶନ କଟକଣା । ବିନା କୋଭିଡ୍‌ ସାର୍ଟିଫିକେଟରେ ଦର୍ଶନ ସୁଯୋଗ ପାଇବେ ଅଗଣିତ ଶ୍ରଦ୍ଧାଳୁ । ପୁରୀ ଆସି ମହାପ୍ରଭୁଙ୍କୁ ଦର୍ଶନ କରିବାକୁ ଚାହୁୁଁଥିବା ଶ୍ରଦ୍ଧାଳୁଙ୍କ ପାଇଁ ଆବଶ୍ୟକ ପଡିବ ନାହିଁ କୋଭିଡ ନେଗେଟିଭ୍ ସାର୍ଟିଫିକେଟ  ।

ସଂକ୍ରମଣ କମୁଥିବାରୁ କଟକଣା କୋହଳ ପାଇଁ ନିଷ୍ପତ୍ତି ନେଇଛି ଶ୍ରୀମନ୍ଦିର ପ୍ରଶାସନ । ଯାହା ଭକ୍ତଙ୍କୁ ଆଶ୍ୱସ୍ତ କରିଛି  । ଛତିଶା ନିଯୋଗରେ ନିଆଯାଇଥିବା ଏହି ନିଷ୍ପତ୍ତି ଆସନ୍ତା ୨୧ ତାରିଖରୁ ଲାଗୁ ହେବ  ।   ସେପଟେ ଆସନ୍ତା  19 ଓ 20 ତାରିଖରେ ରାଷ୍ଟ୍ରପତି ରାମନାଥ କୋଭିନ୍ଦ ପୁରୀ ଗସ୍ତ କରୁଛନ୍ତି  ।

ସେହିପରି ରାଷ୍ଟ୍ରପତି ପ୍ରଥମ ଦିନରେ ଅର୍ଥାତ ୧୯ ତାରିଖର ଅପରାହ୍ନ ୫ଟାରୁ ୫ଟା ୪୫ରେ ଶ୍ରୀମନ୍ଦିରରେ ପହଞ୍ଚିବେରାଷ୍ଟ୍ରପତି ରାମନାଥ କୋବିନ୍ଦ । ଗର୍ଭଗୃହରେ ମହାପ୍ରଭୁଙ୍କୁ ଦର୍ଶନ କରିବେ ମହାମହିମ ରାଷ୍ଟ୍ରପତି । ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ପୁରୀରେ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି  । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ମଧ୍ୟ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି  ।

Leave a Reply