ଫିକା ପଡ଼ିବ ନୂଆବର୍ଷ, ସନ୍ଧ୍ୟା ୫ରୁ ସକାଳ ୫ ପର୍ଯ୍ୟନ୍ତ ପାର୍କ, ସମୁଦ୍ର କୂଳ ମନା

1 min read

ମୁମ୍ବାଇ: ଭାରତରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଦେଶରେ ୧୨ ଶହରୁ ଅଧିକ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ଚିହ୍ନଟ ହୋଇସାରିଲେଣି । ଦେଶରେ ସର୍ବାଧିକ ଓମିକ୍ରନ ଆକ୍ରନ୍ତଙ୍କ ସଂଖ୍ୟା ମହାରାଷ୍ଟ୍ରରୁ ଚିହ୍ନଟ ହୋଇଛନ୍ତି । ଏପରି ସ୍ଥିତିରେ ଆସନ୍ତାକାଲି ନୂଆ ବର୍ଷ ଥିବାରୁ ମୁମ୍ବାଇ ପୋଲିସ ଏକ ସ୍ୱତନ୍ତ୍ର ଗାଇଡ ଲାଇନ ଜାରି କରିଛି । ମୁମ୍ବାଇରେ ବଢ଼ୁଥିବା ଆକ୍ରାନ୍ତ ସଂଖ୍ୟାକୁ ଦୃଷ୍ଟିରେ ରଖି ଚଳିତ ନୂଆବର୍ଷ ପାଳନ ଫିକା ପଡ଼ିବ ।

ନୂଆ ନିୟମ ଅନୁସାରେ ନୂଆ ବର୍ଷ ପୂର୍ବରୁ ମୁମ୍ବାଇରେ ଜାରି କରାଯାଇଥିବା ୧୪୪ ଧାରାକୁ ୧୫ ଜାନୁଆରୀ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି । ସନ୍ଧ୍ୟା ୫ଟାରୁ ନେଇ ସକାଳ ୫ଟା ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ କଡ଼ା କଟକଣା ଲାଗୁ କରାଯାଇଛି । ସମୁଦ୍ର କୂଳ, ଖୋଲା ପଡିଆ, ଗାର୍ଡେନ, ପାର୍କ ଓ ଅନ୍ୟ ସାର୍ବଜାନୀନ ସ୍ଥାନରେ ସନ୍ଧ୍ୟା ୫ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ଯିବା ଆସିବା ଉପରେ ରୋକ ଲଗାଯାଇଛି ।

ନିୟମ ଅନୁସାରେ ଏହି ସମୟ ମଧ୍ୟରେ ବିବାହ ସମାରୋହରେ କେବଳ ୫୦ ଲୋକଙ୍କୁ ଏକାଠି ହେବାକୁ ଅନୁମତି ରହିଛି । ଏହା ବ୍ୟତୀତ କୌଣସି ରାଜନୈତିକ ଓ ସାର୍ବଜନୀକ କାର୍ଯ୍ୟକ୍ରମରେ ମଧ୍ୟ ୫୦ ଲୋକଙ୍କୁ ଏକାଠି ହେବା ପାଇଁ ଅନୁମତି ମିଳିଛି । ସେହିପରି ଭାବରେ ଶୁଦ୍ଧକ୍ରିୟାରେ କେବଳ ୨୦ ଜଣ ଲୋକଙ୍କୁ ଅନୁମତି ରହିଛି । ଏହା ବ୍ୟତୀତ ମୁମ୍ୱାଇ ମହାନଗର ନିଗମ ଅଞ୍ଚଳରେ ୨୪ ଡିସେମ୍ୱରରେ ଜାରି ହୋଇଥିବା ନିୟମରେ ସଂଶୋଧନ କରାଯାଇଛି । ନୂଆ ଗାଇଡ ଲାଇନ୍ସ ଅନୁସାରେ ୟୁଏଇ ଏବଂ ଦୁବାଇରୁ ଆସୁଥିବା ବ୍ୟକ୍ତିଙ୍କୁ ୭ ଦିନ କ୍ୱାରେଣ୍ଟିନ୍‌ରେ ରହିବାକୁ ବାଧ୍ୟତାମୂଳକ କରାଯାଇଛି ।

 

Leave a Reply