ଫିକା ପଡ଼ିବ ନୂଆବର୍ଷ, ସନ୍ଧ୍ୟା ୫ରୁ ସକାଳ ୫ ପର୍ଯ୍ୟନ୍ତ ପାର୍କ, ସମୁଦ୍ର କୂଳ ମନା
1 min readମୁମ୍ବାଇ: ଭାରତରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଦ୍ରୁତ ଗତିରେ ବୃଦ୍ଧି ପାଉଛି । ଦେଶରେ ୧୨ ଶହରୁ ଅଧିକ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ଚିହ୍ନଟ ହୋଇସାରିଲେଣି । ଦେଶରେ ସର୍ବାଧିକ ଓମିକ୍ରନ ଆକ୍ରନ୍ତଙ୍କ ସଂଖ୍ୟା ମହାରାଷ୍ଟ୍ରରୁ ଚିହ୍ନଟ ହୋଇଛନ୍ତି । ଏପରି ସ୍ଥିତିରେ ଆସନ୍ତାକାଲି ନୂଆ ବର୍ଷ ଥିବାରୁ ମୁମ୍ବାଇ ପୋଲିସ ଏକ ସ୍ୱତନ୍ତ୍ର ଗାଇଡ ଲାଇନ ଜାରି କରିଛି । ମୁମ୍ବାଇରେ ବଢ଼ୁଥିବା ଆକ୍ରାନ୍ତ ସଂଖ୍ୟାକୁ ଦୃଷ୍ଟିରେ ରଖି ଚଳିତ ନୂଆବର୍ଷ ପାଳନ ଫିକା ପଡ଼ିବ ।
Maharashtra | Restrictions under Section 144 of CrPC extended in Mumbai till Jan 15. Mumbai Police prohibits citizens from visiting beaches, open grounds, sea faces, promenades, gardens, parks, or similar public places, from 5 pm to 5 am. #Omicron pic.twitter.com/AbHYEJiFKr
— ANI (@ANI) December 31, 2021
ନୂଆ ନିୟମ ଅନୁସାରେ ନୂଆ ବର୍ଷ ପୂର୍ବରୁ ମୁମ୍ବାଇରେ ଜାରି କରାଯାଇଥିବା ୧୪୪ ଧାରାକୁ ୧୫ ଜାନୁଆରୀ ପର୍ଯ୍ୟନ୍ତ ବଢାଇ ଦିଆଯାଇଛି । ସନ୍ଧ୍ୟା ୫ଟାରୁ ନେଇ ସକାଳ ୫ଟା ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ କଡ଼ା କଟକଣା ଲାଗୁ କରାଯାଇଛି । ସମୁଦ୍ର କୂଳ, ଖୋଲା ପଡିଆ, ଗାର୍ଡେନ, ପାର୍କ ଓ ଅନ୍ୟ ସାର୍ବଜାନୀନ ସ୍ଥାନରେ ସନ୍ଧ୍ୟା ୫ଟାରୁ ସକାଳ ୫ଟା ପର୍ଯ୍ୟନ୍ତ ସାଧାରଣ ଲୋକଙ୍କ ଯିବା ଆସିବା ଉପରେ ରୋକ ଲଗାଯାଇଛି ।
ନିୟମ ଅନୁସାରେ ଏହି ସମୟ ମଧ୍ୟରେ ବିବାହ ସମାରୋହରେ କେବଳ ୫୦ ଲୋକଙ୍କୁ ଏକାଠି ହେବାକୁ ଅନୁମତି ରହିଛି । ଏହା ବ୍ୟତୀତ କୌଣସି ରାଜନୈତିକ ଓ ସାର୍ବଜନୀକ କାର୍ଯ୍ୟକ୍ରମରେ ମଧ୍ୟ ୫୦ ଲୋକଙ୍କୁ ଏକାଠି ହେବା ପାଇଁ ଅନୁମତି ମିଳିଛି । ସେହିପରି ଭାବରେ ଶୁଦ୍ଧକ୍ରିୟାରେ କେବଳ ୨୦ ଜଣ ଲୋକଙ୍କୁ ଅନୁମତି ରହିଛି । ଏହା ବ୍ୟତୀତ ମୁମ୍ୱାଇ ମହାନଗର ନିଗମ ଅଞ୍ଚଳରେ ୨୪ ଡିସେମ୍ୱରରେ ଜାରି ହୋଇଥିବା ନିୟମରେ ସଂଶୋଧନ କରାଯାଇଛି । ନୂଆ ଗାଇଡ ଲାଇନ୍ସ ଅନୁସାରେ ୟୁଏଇ ଏବଂ ଦୁବାଇରୁ ଆସୁଥିବା ବ୍ୟକ୍ତିଙ୍କୁ ୭ ଦିନ କ୍ୱାରେଣ୍ଟିନ୍ରେ ରହିବାକୁ ବାଧ୍ୟତାମୂଳକ କରାଯାଇଛି ।