କାଠଗଡାରେ ନିର୍ବାଚନ ଆୟୋଗ; ରାୟ ସଂରକ୍ଷିତ ରଖିଲେ ଅଦାଲତ

ନୂଆଦିଲ୍ଲୀ: କାଠଗଡାରେ ମୁଖ୍ୟ ନିର୍ବାଚନ ଆୟୋଗ । କରୋନା କାଳରେ ଦେଶରେ ନିର୍ବାଚନ ହେବା ନେଇ ଏବେ ଅଡୁଆରେ ପଡିଛନ୍ତି ନିର୍ବାଚନ ଆୟୋଗ । ମାଡ୍ରାସ ହାଇକୋର୍ଟ ଦେଇଥିବା ରାୟକୁ ନିର୍ବାଚନ ଆୟୋଗ ଡାକ୍ତରଙ୍କ ମେଡିସିନ୍ ଭାବି ଗ୍ରହଣ କରିବାକୁ କହିଛନ୍ତି ସୁପ୍ରିମକୋର୍ଟ । ନିର୍ବାଚନ ଆୟୋଗଙ୍କ ବିରୋଧରେ ହତ୍ୟା ମାମଲା ରୁଜୁ ହେଲେ କୌଣସି ଅସୁବିଧା ହେବ ନାହିଁ ବୋଲି କହିଥିଲେ ମାଦ୍ରାସ ହାଇକୋର୍ଟ ।

ଏହା ବିରୋଧରେ ସୁପ୍ରିମକୋର୍ଟର ଦ୍ବାରସ୍ଥ ହୋଇଥିଲେ ନିର୍ବାଚନ ଆୟୋଗ । ଆଜି ମାମଲାର ଶୁଣାଣି କରି ଏଭଳି କହିବା ସହ ରାୟ ସଂରକ୍ଷିତ ରଖିଛନ୍ତି ସର୍ବୋଚ୍ଚ ଅଦାଲତ । ସେହିଭଳି ମିଡିଆକୁ ରିପୋଟିଂ କରିବା ପାଇଁ କେହି ରୋକିପାରିବେ ନାହିଁ ବୋଲି ବୋଲି କହିଛନ୍ତି ସୁପ୍ରିମକୋର୍ଟ । ଗଣମାଧ୍ୟମ ଗଣତନ୍ତ୍ରର ଜାଗ୍ରତ ପ୍ରହରି ଅଟେ ।

ଏଣୁ ବିନା କୌଣସି ବାଧାରେ ଗଣମାଧ୍ୟମକୁ ତା କାମ କରିବାକୁ ଦିଆଯିବା ଉଚିତ୍ ବୋଲି କହିଛନ୍ତି କୋର୍ଟ । ସାମ୍ବିଧାନିକ ସଂସ୍ଥା ବିରୋଧରେ କୌଣସି ପ୍ରସଙ୍ଗ ଲୋକଲଚନକୁ ନ ଆସିବା ଦରକାର, ଏଥି ପ୍ରତି ମିଡିଆ ଯତ୍ନବାନ ହେବା ଆବଶ୍ୟକ ବୋଲି କହିଥିଲେ ନିର୍ବାଚନ ଆୟୋଗ । ଯାହାକୁ ଖଣ୍ଡନ କରିଛନ୍ତି ସୁପ୍ରିମକୋର୍ଟ ।

Leave a Reply