୩ ଜିଲ୍ଲାରୁ ଚିହ୍ନଟ ୨୬ କରୋନା ସଂକ୍ରମିତ ସୁରତ ଫେରନ୍ତା

1 min read

ଭୁବନେଶ୍ୱର: ଚିହ୍ନଟ ହୋଇଥିବା ୨୬ ସଂକ୍ରମିତଙ୍କ ତଥ୍ୟ ଆସିଛି । ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ଦେଇଥିବା ସୂଚନା ଅନୁଯାୟୀ ଚିହ୍ନଟ ସମସ୍ତ ଆକ୍ରାନ୍ତ ସୁରତ୍ ଫେରନ୍ତା । ଗଞ୍ଜାମରୁ ଚିହ୍ନଟ ୧୯ ଜଣ ପୁରୁଷ । ସେହିପରି ଭଦ୍ରକୁ ୨୧ ଓ ୪୧ ବର୍ଷ ପୁରୁଷ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଜଣେ ଧାମନଗର ବ୍ଲକର ହୋଇଥିବା ବେଳେ ଅନ୍ୟ ଜଣେ ବାସୁଦେବପୁର ମ୍ୟୁନିସିପାଲଟିର ବୋଲି ଜଣାପଡ଼ିଛି ।

ଗଞ୍ଜାମରୁ ପୁଣି ୧୯‌, କେନ୍ଦ୍ରାପଡ଼ାରେ ଆଉ ୫ ପଜିଟିଭ୍

କେନ୍ଦ୍ରାପଡ଼ାରୁ ଚିହ୍ନଟ ୫ ଆକ୍ରାନ୍ତ ପୁରୁଷ । ସେମାନଙ୍କ ବୟସ ୩୨, ୩୩, ୨୭, ୩୫ ଓ ୩୧ ବର୍ଷ ବୋଲି ଜଣାପଡ଼ିଛି । ସମସ୍ତେ ପଟ୍ଟାମୁଣ୍ଡାଇ ବ୍ଲକ୍ ଅଞ୍ଚଳର ଏକ ଅସ୍ଥାୟୀ ମେଡିକାଲ କ୍ୟାମ୍ପରେ ଥିଲେ । ଗତ ୩ ତାରିଖରେ ଗୋଟିଏ ବସରେ ସମସ୍ତେ  ସୁରତରୁ ଫେରିଥିଲେ ।

ସେମାନଙ୍କୁ ଗୋଟିଏ କ୍ଵାରେଣ୍ଟାଇନ୍ ସେଣ୍ଟରରେ ରଖାଯାଇଥିଲା । ବସରେ ପଟ୍ଟାମୁଣ୍ଡାଇ, ମହାକାଳପଡ଼ା ଓ ମାର୍ଶାଘାଇ ବ୍ଲକର ମୋଟ ୫୮ ଜଣ ପ୍ରବାସୀ ଫେରିଥିଲେ । ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତ ବ୍ୟକ୍ତିଙ୍କ ସ୍ୱାବ୍ ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଛି । ସମସ୍ତ ପଜିଟିଭଙ୍କୁ କଟକ ସ୍ଥାନାନ୍ତର କରାଯାଇଥିବା କେନ୍ଦ୍ରାପଡ଼ା ଜିଲ୍ଲାପାଳ ସମର୍ଥ ବର୍ମା ସୂଚନା ଦେଇଛନ୍ତି ।

ଗଞ୍ଜାମରୁ ପୁଣି ୧୯‌, କେନ୍ଦ୍ରାପଡ଼ାରେ ଆଉ ୫ ପଜିଟିଭ୍

Leave a Reply