ବଢ଼ୁଥିବା କରୋନା ସଂକ୍ରମଣ ପାଇଁ ନୂଆ କୋଭିଡ୍ ହସ୍ପିଟାଲ, ବୃଦ୍ଧି ପାଇବ ICU ବେଡ୍

1 min read

ଭୁବନେଶ୍ୱର: ରାଜ୍ୟରେ କୋଭିଡ୍ ସଂକ୍ରମଣ ବଢ଼ି ବଢ଼ି ଚାଲିଛି । ଦୈନିକ ୩ ହଜାରରୁ ଅଧିକ ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଏହାକୁ ଦୃଷ୍ଟିରେ ରଖି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ରାଜ୍ୟରେ ନୂଆ କୋଭିଡ୍ ହସ୍ପିଟାଲ ଓ ବେଡ୍ ସଂଖ୍ୟା ବୃଦ୍ଧି ହେବ । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । କଟକ SCBର ମେଡିସିନ ବିଭାଗରେ ସୃଷ୍ଟି ହେବ କୋଭିଡ୍ ହସ୍ପିଟାଲ । ଏବେ ଏସସିବି ମେଡିସିନ ବିଭାଗରେ ୨ଶହ ବେଡ୍ ରହିଛି । ସେଥିରୁ ୧୮୬ଟି ଜେନରାଲ ଓ ୧୪ଟି MICU ବେଡ୍ ରହିଛି । ୨୫ଟି ନୂଆ ICU ପ୍ରତିଷ୍ଠା ହେବ, ICU  ସଂଖ୍ୟା ୩୯କୁ ବୃଦ୍ଧି ପାଇବ ।

ସେହିଭଳି ଏସସିବିରେ ଗର୍ଭବତୀଙ୍କ ପାଇଁ ମଧ୍ୟ କୋଭିଡ୍ ହସ୍ପିଟାଲ ପ୍ରତିଷ୍ଠା ହେବ । SCBର ପୋଷ୍ଟମୋର୍ଟମ ବିଲଡିଂରେ ହେବ କୋଭିଡ୍ ହସ୍ପିଟାଲ । ଓ ଆଣ୍ଡ ଜି ବିଲଡିଂରେ ମଧ୍ୟ ଗର୍ଭବତୀଙ୍କ ପାଇଁ କୋଭିଡ୍ ହସ୍ପିଟାଲ ହେବ । ଲେବର ରୁମ୍, ଅପରେସନ ଥିଏଟର ପ୍ରତିଷ୍ଠା ହେବ । ୩୦ଟି ଜେନରାଲ ବେଡ୍ ସହ ୧୦ ଲେବର ଓ ୨ OT ଟେବୁଲ ରହିବ । କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ବେଡ୍ ସଂଖ୍ୟା ୭୦କୁ ବୃଦ୍ଧି ପାଇବ । କ୍ୟାପିଟାଲ ହସ୍ପିଟାଲରେ ICU ବେଡ୍ ସଂଖ୍ୟା ବୃଦ୍ଧି ହେବ ।

ଆଦିତ୍ୟ ଅଶ୍ୱିନୀ ହସ୍ପିଟାଲରେ ଅତିରିକ୍ତ ୨୫ ICU ବ୍ୟବସ୍ଥା କରାଯିବ । ଡୁମୁଡୁମା KIDS ହସ୍ପିଟାଲରେ କୋଭିଡ୍ ହସ୍ପିଟାଲ ହେବ । ସନ୍ ହସ୍ପିଟାଲ ତୁଳସୀପୁରରେ ହେବ କୋଭିଡ୍ ହସ୍ପିଟାଲ । ୧୯୫ଟି ଜେନେରାଲ ବେଡ୍, ICU-୩୦ଟି ହେବ । ଆବଶ୍ୟକସ୍ଥଳେ ICU ସଂଖ୍ୟା ୫୦କୁ ବୃଦ୍ଧି କରାଯିବ । ସନ୍ ହସ୍ପିଟାଲରେ ୨୦ଟି HDUର ବ୍ୟବସ୍ଥା ରହିବ । ରିଙ୍ଗ୍ ରୋଡ୍ କାଠଗୋଲା ସାହି ସୃଷ୍ଟି ହସ୍ପିଟାଲକୁ କୋଭିଡ୍ ହସ୍ପିଟାଲ କରାଯିବ । ୬୦ ଜେନେରାଲ ବେଡ୍, ICU-୧୫, ଡାଏଲେସିସ୍-୨ ବ୍ୟବସ୍ଥା ରହିବ । ଆବଶ୍ୟକ ସ୍ଥଳେ ICUରେ ବେଡ୍ ସଂଖ୍ୟା ୫୦କୁ ବୃଦ୍ଧି କରାଯିବ ।

Leave a Reply