ଗଞ୍ଜାମ ଜିଲ୍ଳାରେ କାର୍ଯ୍ୟକ୍ଷମ ହେଲା କୋଭିଡ ହସ୍ପିଟାଲ

1 min read

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ କାର୍ଯ୍ୟକ୍ଷମ ହେଲା ପ୍ରଥମ କୋଭିଡ୍‌ ହସ୍ପିଟାଲ । ଶୀତଳାପଲ୍ଲୀରେ ଏହି ହସ୍‌ପିଟାଲ କାର୍ଯ୍ୟକ୍ଷମ ହୋଇଛି । ଟାଟା କଂପାନୀ କର୍ତ୍ତୃପକ୍ଷ ଏଥିପାଇଁ ସମସ୍ତ ସହାୟତା ଯୋଗାଇ ଦେଇଛନ୍ତି । ଏଠାରେ ମୋଟ୍‌ ୨ ଶହଟି ବେଡ୍‌ ରହିଛି । ଏବେ ୧୫ଟି ଆଇସିୟୁ କାର୍ଯ୍ୟକ୍ଷମ ହୋଇଥିବା ବେଳେ ଖୁବ୍‌ଶୀଘ୍ର ଆଉ ଅଧିକ ଆଇସିୟୁ ବ୍ୟବସ୍ଥା କରାଯିବ ।

https://www.facebook.com/nandighoshatv/videos/1100914533601363/

ଗଞ୍ଜାମ ଜିଲ୍ଲାପାଳ ଏବଂ ଜିଲ୍ଲାର ବରିଷ୍ଠ ଅଧିକାରୀମାନଙ୍କ ଉପସ୍ଥିତିରେ ଶୀତଳାପଲ୍ଲୀ କୋଭିଡ୍‌ ହସ୍‌ପିଟାଲ କାର୍ଯ୍ୟକ୍ଷମ ହୋଇଛି । କରୋନା ଆକ୍ରାନ୍ତ ଓ କରୋନା ସନ୍ଦିଗ୍ଧଙ୍କ ଚିକିତ୍ସା ପାଇଁ ଏଠାରେ କରାଯାଇଛି ପୃଥକ୍‌ ପୃଥକ୍‌ ବ୍ୟବସ୍ଥା । ବ୍ରହ୍ମପୁର ଏମ୍‌କେସିଜି ମେଡିକାଲ କଲେଜ ଓ ହସ୍‌ପିଟାଲର ଡାକ୍ତର, ନର୍ସ ଓ ଅନ୍ୟ କର୍ମଚାରୀ ସ୍ବତନ୍ତ୍ର ଭାବେ କୋଭିଡ୍‌ ହସ୍‌ପିଟାଲରେ ସ୍ୱାସ୍ଥ୍ୟସେବା ଯୋଗାଇଦେବ ।

ସତ୍ୟନଗର ତୋଷାଳି ଭବନ ଓମଫେଡକୁ ଆପଣ ଯାଇଛନ୍ତି କି ? ରୁହନ୍ତୁ କ୍ୱାରେଣ୍ଟାଇନରେ

 

Leave a Reply