spot_img

Latest Posts

ସଂକ୍ରମଣକୁ ମାତ୍ ଦେବାକୁ ପ୍ରସ୍ତୁତ ହେଉଛି କୋଭିଡ଼ ହସ୍ପିଟାଲ

ସମ୍ବଲପୁର: ଆଜି କାର୍ଯ୍ୟକ୍ଷମ ହେବ ଭିମସାରର ବହୁ ପ୍ରତୀକ୍ଷିତ କୋଭିଡ ହସ୍ପିଟାଲ । ଭୀମସାରର ନବନିର୍ମିତ ୯ ମହଲା କୋଠାର ଗୋଟିଏ ମହଲାରେ ଏହି କୋଭିଡ ହସ୍ପିଟାଲ କାର୍ଯ୍ୟକ୍ଷମ ହେବ  । ନବନିର୍ମିତ ୯ ମହଲା କୋଠାକୁ ସମ୍ପୂର୍ଣ୍ଣଭାବେ କୋଭିଡ ହସ୍ପିଟାଲ  କରାଯିବାକୁ ନିଷ୍ପତ୍ତି ହୋଇଥିଲା  । ହେଲେ କୋଠାରେ ବର୍ତ୍ତମାନ ସୁଦ୍ଧା ଅଗ୍ନିନିରାପତ୍ତା ପ୍ରକ୍ରିୟା ସମ୍ପୂର୍ଣ୍ଣ ହୋଇନାହିଁ  । ଫଳରେ  କେବଳ ଗୋଟାଏ  ମହଲାକୁ ହିଁ କୋଭିଡ ରୋଗୀଙ୍କ ପାଇଁ ତରବରିଆ ଭାବେ କାର୍ଯ୍ୟକ୍ଷମ କରାଯିବ ।

ସେହିପରି ପ୍ରଥମ ପର୍ଯ୍ୟାୟରେ କେବଳ ୩୨ ଟି ଶଯ୍ୟା ରହିବ। ଆଗାମୀ କିଛି ଦିନ ମଧ୍ୟରେ ଏହାର ସମସ୍ତ ଆଇସିୟୁ ବ୍ୟବସ୍ଥା କରାଯାଇ ଏହାର ସମସ୍ତ ଆନୁସଙ୍ଗିକ ବ୍ୟବସ୍ତା ପୂର୍ଣ କରାଯାଇ ଏହାକୁ ପୂର୍ଣ ଭାବରେ କାର୍ଯ୍ୟକ୍ଷମ କରାଯିବ ବୋଲି ଭୀମସାର ନିର୍ଦେଶକ ପ୍ରଫେସର ଲଳିତ ମେହେର ସୂଚନା ଦେଇଛନ୍ତି  । ତେବେ ୯ ମହଲା କୋଠା ସମ୍ପୂର୍ଣ୍ଣଭାବେ କୋଭିଡ୍ ହସ୍ପିଟାଲ ଭାବେ କାର୍ଯ୍ୟକ୍ଷମ ହେଲେ ୧୦୦ ଟି ଶଯ୍ୟା ସହିତ ୨୪ ଟି ଆଇସିୟୁ ବ୍ୟବସ୍ଥା ପାଇପାରିବେ ରୋଗୀ  ।

ଅନ୍ୟପଟେ, ଆଜି ଜୟପୁରରେ ଉଦଘାଟନ ହେବାକୁ ଯାଉଛି ଜିଲ୍ଲାର ଚତୁର୍ଥ କୋଭିଡ ହସ୍ପିଟାଲ । ଏଥିରେ ୭୦ ଶଯ୍ୟା ରହିଛି । ଆଜି ଜିଲ୍ଲାପାଳ ମଧୁସୂଦନ ମିଶ୍ର ଏହାକୁ ଉଦଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ଏବେ କୋରାପୁଟ ଜିଲ୍ଲାରେ ୩ଟି କୋଭିଡ୍ ହସ୍ପିଟାଲ କାର୍ଯ୍ୟ କରୁଛି । ଆଉ ଏକ ଡାକ୍ତରଖାନା ହେବା ଦ୍ୱାରା ଜିଲ୍ଲାରେ କୋରୋନାକୁ ବ୍ରେକ୍ ଦେବାରେ ଆହୁରି ସହଜ ହେବ ।

Latest Posts

Don't Miss