ରାଜ୍ୟର ପ୍ରତି ଜିଲ୍ଲାରେ ତିଆରି ହେବ କୋଭିଡ୍ ହସ୍ପିଟାଲ,ସପ୍ତାହକ ଭିତରେ ସରିବ କାମ
ଭୁବନେଶ୍ୱର: ସାରା ଦେଶରେ କରୋନାକୁ ନେଇ ଭୟ ନିଦକୁ ଦିନ ବଢ଼ିବାରେ ଲାଗିଛି । ଦେଶରେ ଧିରେ ଧିରେ କରୋନା ତାର କାୟା ବିସ୍ତାର କରୁଛି । ଦେଶରେ ୧୦ ହଜାର ଅତିକ୍ରମ କଲାଣି କରୋନା ସଂକ୍ରମଣ ସଂଖ୍ୟା । ସେଥିମଧ୍ୟରୁ ୧ ହଜାରରୁ ଅଧିକ ସୁସ୍ଥ ହୋଇଛନ୍ତି । ଓଡ଼ିଶାରେ ୫୬ ଜଣ କରୋନା ଦ୍ୱାରା ସଂକ୍ରମିତ ହେଇଥିବା ବେଳେ ୧୮ ଜଣ ସୁସ୍ଥ ହୋଇଛନ୍ତି । ତେବେ କରୋନାକୁ ନେଇ ରାଜ୍ୟ ସରକାର ଯୁଦ୍ଧକାଳିନ ସ୍ଥିତିରେ ପଦକ୍ଷେପ ନେଉଛନ୍ତି । କରୋନା ନେଇ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୀକ୍ଷା ବୈଠକ କରିଛନ୍ତି । ମନ୍ତ୍ରୀ ଓ ଅଧିକାରୀଙ୍କ ସହ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ରାଜ୍ୟରେ କରୋନା ସଂକ୍ରମଣ ହାର କମୁଛି ଏବଂ ଏହା ଏକ ଭଲ ସଂକେତ ବୋଲି ଏହି ବୈଠକରେ କହିଛନ୍ତି ମୁଖ୍ୟମନ୍ତ୍ରୀ ।
ମୁଖ୍ୟମନ୍ତ୍ରୀଙ୍କ କରୋନା ସମୀକ୍ଷା ବୈଠକ: ରାଜ୍ୟରେ ସଂକ୍ରମଣ ହ୍ରାସ ଭଲ ସଂକେତ
କରୋନାକୁ ନେଇ ଆଗୁଆ ପଦକ୍ଷେପ ନେଉଥିବା ରାଜ୍ୟ ସରକାର ଏବେ ପ୍ରତି ଜିଲ୍ଲାରେ ଗୋଟିଏ ଲେଖାଏ କୋଭିଡ୍ ହସ୍ପିଟାଲ ତିଆରି କରିବେ । ଆଜି ଭିଡିଓ କନଫରେନ୍ସିଂ ଜରିଆରେ ହୋଇଥିବା ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ଏସଂପର୍କିତ ଘୋଷଣା କରିଛନ୍ତି । ଆଗାମୀ ଏକ ସପ୍ତାହ ମଧ୍ୟରେ ରାଜ୍ୟର ପ୍ରତି ଜିଲ୍ଲାରେ କୋଭିଡ ହସ୍ପିଟାଲ ତିଆରି ହେବ । ସେହି ହସ୍ପିଟାଲ ଗୁଡ଼ିକରେ କରୋନାକୁ ଲଢିବା ପାଇଁ ସମନ୍ତି ପ୍ରକାରର ସୁବିଧା ମାନ ରହିବ । ସେପଟେ ଚଳିତ ମାସ ସୁଦ୍ଧା ରାଜ୍ୟର ୩୬ଟି ସ୍ଥାନରେ ୬ ହଜାରଶଯ୍ୟା ବିଶିଷ୍ଟ କୋଭିଡ ହସ୍ପିଟାଲ କରିବା ପାଇଁ ବ୍ୟବସ୍ଥା କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।