ପୁଣି କୋଭିଡ୍‌ ନିୟମ ଉଲଙ୍ଘନ, ଧୁମ୍‌ଧାମ୍‌ରେ ଆୟୋଜନ ହେଲା ଫୁଟ୍‌ବଲ୍‌ ମ୍ୟାଚ୍‌

Football Match

ଢ଼େଙ୍କାନାଳ: ପୁଣି କୋଭିଡ ନିୟମକୁ ଖୁଲମଖୁଲ୍ଲା ଉଲଙ୍ଘନ । ଜୟପୁର ପରେ ଢେଙ୍କାନାଳରେ ଆୟୋଜିତ ହେଲା ଫୁଟବଲ୍ ମ୍ୟାଚ୍ । କଟକଣା ଭାଙ୍ଗି ଆୟୋଜିତ ହେଲା ଫୁଟବଲ୍ ମ୍ୟାଚ୍ । ଜୀବନକୁ ବାଜି ଲଗାଇ ଚାଲିଲା ମଉଜ ମସ୍ତି । ଏହେଉଛି ଢେ଼ଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକର ବୁଢ଼ୀବିଲି ଗାଁର ଦୃଶ୍ୟ । ଗାଁର ବୁଢାମହାପାଟ ଫୁଟୁବଲ କ୍ଲବ ଆୟୋଜିତ କରିଥିଲା ଫୁଟବଲ୍ ଟୁର୍ନାମେଣ୍ଟ ।

ପଡିଆରେ ମ୍ୟାଚକୁ ଉପଭୋଗ କରିଥିଲେ ଶହଶହ ଦର୍ଶକ । କାହାରି ମୁହଁରେ ମାସ୍କ ନଥିଲା କି ସାମାଜିକ ଦୂରତା ମଧ୍ୟ ନଥିଲା । ବଡ କଥାହେଲା ମ୍ୟାଚ୍ ଦେଖିବାକୁ ଛୋଟଛୋଟ ପିଲା ମଧ୍ୟ ରୁଣ୍ଡ ହୋଇଥିଲେ । ଫଳରେ ସେମାନଙ୍କ ଜୀବନ ମଧ୍ୟ ବିପଦରେ ପଡିଛି । ଏଠି ପ୍ରଶ୍ନ ଉଠୁଛି କରୋନା ମହାମାରୀ ସମୟରେ ଏପରି ଫୁଟବଲ୍ ମ୍ୟାଚ୍ ଓ ଶହଶହ ସଂଖ୍ୟାରେ ଲୋକ ଏକାଠି ହେବାରୁ ଅନୁମତି କିଏ ଦେଲା ?

Football Match

ପ୍ରଶାସନର ବିନା ଅନୁମତିରେ ଆୟୋଜକ ମାନେ କିପରି ଫୁଟବଲ ମ୍ୟାଚ୍ ଆୟୋଜିତ କଲେ ଏବଂ ଏଥିପ୍ରତି କିପରି ପ୍ରଶାସନର ଦୃଷ୍ଟି ପଡିଲାନି ତାକୁ ନେଇ ବଡ ପ୍ରଶ୍ନ ସୃଷ୍ଟି ହେଇଛି । ମ୍ୟାଚ୍ ହେଉଥିବା ନିକଟରେ କଙ୍କଡାହାଡ ଥାନା ଓ ତହସିଲ୍ କାର୍ଯ୍ୟାଳୟ ଥିଲେ ମଧ୍ୟ କିପରି ସେମାନଙ୍କର ଦୃଷ୍ଟି ପଡିଲାନି ସେଥିନେଇ ପ୍ରଶାସନର କାର୍ଯ୍ୟଶୈଳୀ ଉପରେ ବଡ ପ୍ରଶ୍ନ ଉଠୁଛ ।

Leave a Reply