ଗୁରୁତର ରୋଗୀଙ୍କ ଯତ୍ନ ପାଇଁ ଜଣଙ୍କୁ ମିଳିବ ଅନୁମତି

1 min read

 ଭୁବନେଶ୍ୱର: ସବୁ ହସପିଟାଲ, ମେଡିକାଲ କଲେଜ ପାଇଁ ଆସିଲା ଗାଇଡଲାଇନ । କୋଭିଡ ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଗାଇଡଲାଇନ ଜାରି ହୋଇଛି । ହସପିଟାଲରେ ଗୁରୁତର ରୋଗୀଙ୍କ ଯତ୍ନ ନେବା ପାଇଁ ଜଣଙ୍କୁ ଅନୁମତି ଦିଆଯାଇଛି । OPD ଓ IPDକୁ ଗଣମାଧ୍ୟମ ପ୍ରତିନିଧି ଯାଇପାରିବେ ନାହିଁ । DDC କାଉଣ୍ଟର ବଢ଼ାଇବା ସହ ସାମାଜିକ ଦୂରତା ରକ୍ଷା ଉପରେ ଗୁରୁତ୍ବ ଦିଆଯାଇଛି । ସବୁ ମେଡିକାଲରେ କରୋନା କଟକଣା କଡ଼ାକଡ଼ି ପାଳନ ହେବ । କୋଭିଡ କଟକଣାରେ ଅନ୍ୟ ଗୁରୁତର ରୋଗୀଙ୍କୁ ଚିକିତ୍ସା ସେବା ଯୋଗାଇ ଦିଆଯିବ ।

ଗୁରୁତର କୋଭିଡ ରୋଗୀଙ୍କ ପାଇଁ ତତ୍କାଳ ଡାକ୍ତରୀ ଚିକିତ୍ସା ଯୋଗାଇ ଦିଆଯିବାକୁ କୁହାଯାଇଛି । ଏଥିସହ ସମସ୍ତ ମେଡିକାଲ କଲେଜ ଓ ହସପିଟାଲ ଖୋଲିବେ କଣ୍ଟ୍ରୋଲ ରୁମ୍ । ୨୪ ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲିବା ପାଇ ଆସିଲା ନିର୍ଦ୍ଦେଶ । ଟେଲି ମେଡିସିନ ସେବା ପାଇଁ ୨୪ଘଣ୍ଟିଆ କଣ୍ଟ୍ରୋଲ ରୁମ୍ ଖୋଲିବ । କଲ୍ ଗ୍ରହଣ କରିବେ ନର୍ସିଂ ଅଫିସର, ଫାର୍ମାସିଷ୍ଟ୍, ସ୍ବାସ୍ଥ୍ୟକର୍ମୀ । ପରାମର୍ଶ ପାଇଁ ସ୍ପେଶାଲିଷ୍ଟ ରହିବେ ।

Leave a Reply